ହେଡଲାଇନସ୍:

ମେଜର ଡୋଲାମଣୀ ପୁରୋହିତ ସମ୍ବର୍ଦ୍ଧିତ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- ଅଞ୍ଚଳ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ପ୍ରଥମ ଏନ. ସି .ସି ଅଧିକାରୀ ମେଜର ଡୋଲାମଣୀ ପୁରୋହିତ ଙ୍କୁ ତାଙ୍କ ବାସଭବନରେ ଅଞ୍ଚଳ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଡ଼: ଲଲିତେନ୍ଦୁ ନାୟକ,ଏନ.ସି.ସି ଅଧିକାରୀ ଲେଫ୍ଟନେଣ୍ଟ ଜୟକୁମାର ଭୋଏ, ଅଧ୍ୟକ୍ଷ ବିରଞ୍ଚି ସାହୁ ଓ ଏନ.ସି.ସି କ୍ୟାଡେଟ ମାନେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ lପ୍ରକାଶ ଥାଉକି ମେଜର ପୁରୋହିତ ଗତ ୨୮ ତାରିଖ ରେ କଲେଜ ଏନ.ସି.ସି ର ୫୦ତମ ପ୍ରତିଷ୍ଠା ଉତ୍ସବରେ ସ୍ୱାସ୍ଥ୍ୟଗତ କାରଣ ରୁ ଉପସ୍ଥିତ ହୋଇ ପାରିନଥିଲେ l ୧୯୭୦ ମସିହାରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଆରମ୍ଭ ହୋଇଥିବା ଏନ.ସି.ସି ଶାଖାର ପ୍ରତିଷ୍ଠା ଓ ପରିଚାଳନା ରେ ମେଜର ପୁରୋହିତ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା l

0
0
0
s2sdefault