ତିନିବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜିଲ୍ଲାପାଳ ଓ ସରକାରଙ୍କଠାରୁ ନ୍ୟାୟ ମାଗିଲେ ମହନାଵତୀ

କାଶୀପୁରରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନଗୁଡା ଗ୍ରାମ ଝିଅ ମହନା ଵତୀ ମାଝି ଙ୍କ ଅଭିଯୋଗ ସେ ତିନି ବର୍ଷ ହେଵ ଅଙ୍ଗନବାଡି କାମ କରୁ ଥିଲେ କିନ୍ତୁ ତାଙ୍କୁ 06/02/2019 ଚାକିରି କରି ଆସୁଥିଲେ କିନ୍ତୁ ତାଙ୍କୁ 14/09/2021 ରେ ଚାକିରି ରୁ ଵାହାର କରା ଯାଇଥିବା ମହନାଵତୀ ମାଝି ଅଭିଯୋଗ କରିଛନ୍ତି । ସେ କହିବା ଅନୁଯାଇ ତିନି ବର୍ଷ ଚାକିରି କରିବା ପରେ କିପରି ମତେ ଚାକିରି ରୁ ବାହାର କରାଗଲା ତାହା ଗଣମାଧ୍ୟମ ପ୍ରତିନିଧି ଆଗରେ ମତ ରଖିଥିଲେ । ସେ କହିବା ଅନୁଯାଇ ଯେଉ ଦିନ ତାଙ୍କୁ ଚାକିରି ରୁ ଵାହାର କରା ଗଲା ତାହା ପର ଦିନ ମହନାଵତୀ ମାଝି ସେ ନିଜେ ସିଡିପିଓ ଙ୍କୁ ପଚାରିଥିଲେ କିନ୍ତୁ ସିଡିପିଓ କହିଛନ୍ତି ଯେ ଯାହା ଉପର ଅଧିକାରୀ ଚିଠି କରିଛନ୍ତି ସେହିହିସାବ ରେ ତମକୁ ମୁଁ ସେହି ଚିଠି ଦେଇଛି ଵୋଲି ସିଡିପିଓ ମହନାଵତୀଙ୍କୁ କହିଛନ୍ତୁି। ଏହି ନେଇ ମହନାଵତୀ କହିଛନ୍ତି " ମୋର କଣ ଭୁଲ ଅଛି ଯାହା ଫଳରେ ମତେ ଚାକିରି ବାହାର କରାଗଲା " । ତାଙ୍କ ଅଙ୍ଗନବାଡି ଉପରସ୍ଥ ଅଧିକାରି ସହ ମଧ୍ୟ ମିଶିଥିଲେ ସେମାନେ ମଧ୍ୟ ଆମେ କିଛି ଯାଣିନୁ ଵୋଲି କହିଛନ୍ତି ଏହା ପରେ ସେହି କଥା ଆମକୁ ମହନାଵତୀ ଆମକୁ କହିଛନ୍ତି ।ଏହି ନେଇ ଆମେ କାଶୀପୁର ସିଡିପିଓ କୁ ଆମେ ପଚାରି ବୁଝିଥିଲୁ | ସିଡିପିଓ ଆମକୁ କହିଛନ୍ତି " A.D.M ଯାହା ଚିଠି କରିଛନ୍ତି ସେହି ଅନୁଯାୟୀ ତାଙ୍କୁ ଆମେ ଚାକିରି ରୁ ଵାହାର କରାଯାଇଛି" | ସିଡିପିଓ ମଧ୍ୟ ଭୁଲ ସିଲେକସନ ହୋଇଥିବା କହିଥିଲେ ।
ମହନାଵତୀ କହିବା ଅନୁଯାୟୀ ତିନି ବର୍ଷ ପରେ କିପରି ତମେ ଭୁଲ ସିଲେକସନ କରି ମତେ ଚାକିରିରେ ରଖିଥିଲେ ଓ ଏହା ସହିତ କରୋନା ସମୟରେ ମଧ୍ୟ ଜୀଵନକୁ ବାଜି ଲଗାଇ ଡିୟୁଟି କରୁଥିଲି । ଓ ସେହି ସମୟରେ ମଧ୍ୟ କରୋନା ରୋଗ ମଧ୍ୟ ଆକାନ୍ତ ହୋଇଥିଲେ ।କିନ୍ତୁ ଆଜି ମତେ କିପରି ଭାବରେ ମତେ ଚାକିରି ରୁ ମତେ କିପରି କଢ଼ା ଗଲା । ଏହା ସହିତ ସ ମଧ୍ୟ +୨ ପଢିଥିବା କହିଛନ୍ତି । କିନ୍ତୁ ମତେ ଚାକିରି ରୁ ବାହାର କରାଯାଇଛି ତାହା ହେଲେ କାଶିପୁର ବ୍ଲକ ଏମିତି ପଞ୍ଚାୟତ ଅଛି ଯେଉଠି ସପ୍ତମଶ୍ରେଣୀ ପଢିଥିବା ମହିଳାକୁ କିପରି ରଖାଯାଇଛି । ହେଲେ ଏଇଟି ପ୍ରଶ୍ନ ଉଠୁଛି ଯେ ଯଦି ଗୋଟିଏ ଉଚ୍ଚ ଶିକ୍ଷିତ ମହିଳା କୁ ଯଦି ଚାକିରି ରୁ ଵାହାର କରାଯାଇଛି, ତେବେ ସେଥିପାଇଁ ମହାନବତୀ ଦାୟୀ ନ ଚୟନ କରିଥିବା ଅଧିକାରୀ ? ମହନାଵତୀ ହେଉଛନ୍ତି ଜଣେ ଆଦିବାସୀ ଝିଅ | କାହ୍ମଗୁଡା ଗ୍ରାମର ନିଜ ଘର କିନ୍ତୁ ସେ ପାଖରେଥିବା ବାଇଗଣ ଗୁଡା ଗ୍ରାମରେ ଅଙ୍ଗନବାଡି ଭାବରେ କାମ କରି ଆସୁଥିଲେ | ତେଣୁ ଜିଲାପାଳ ତାଙ୍କର ଠିକ୍ ତଦନ୍ତ କରି କିପରି ପୁନର୍ବାର ସେହି ଚାକିରି ରେ ଦେବେ ବୋଲି ସେହି ଗ୍ରାମର ଗ୍ରାମଵାସୀ ଓ ନିଜେ ମହନାଵତୀ ମାଝି ଦାଵି କରିଛନ୍ତି।

0
0
0
s2sdefault