ହେଡଲାଇନସ୍:

ଜିଲ୍ଲା ଯୋଗାଣ ବିଭାଗ, ସିନାପାଲି ତହସିଲଦାରଙ୍କ ଉପସ୍ଥିତିରେ ଚଢଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪୦୦ ଉର୍ଦ୍ଧ ଧାନ ବସ୍ତା ଜବତ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ନିଲଜୀ ଚନାମୁଣ୍ଡା ଠାରେ ସ୍ଥିତ ଜଗନ୍ନାଥ ପ୍ରଧାନ ଙ୍କ ବାସଗୃହ ରେ ନୂଆପଡ଼ା ଜିଲ୍ଲା ଯୋଗାଣ ବିଭାଗ ଓ ସିନାପାଲି ସହସିଲ ଦାର୍ ଙ୍କ ମିଳିତ ଚଢାଉ କରାଯାଇଥିଲା । କୌଣସି ସୂତ୍ର ରୁ ସ୍ଥାନୀୟ ଅଞ୍ଚଳ ର ଜଣେ ବ୍ୟବସାୟୀ ଧାନ କିଣି ସେଠାରେ ଠୁଳ କରିଥିବା ଖବର ପାଇଥିଲେ । ଖବର ପାଇ ଯୋଗାଣ ବିଭାଗ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ ଓ ସିନାପାଲି ତହସିଲ ଦାର ଲୋକନାଥ ଶବର ଚଢାଉ କରିଥିଲେ ।
ସେଠାରେ ଜମାଥିବ ଧାନ ଉପରେ ତଦନ୍ତ ପୂର୍ବକ ଗୃହମାଲିକ କୁ ଧାନ ସମ୍ପର୍କିତ କାଗଜାତ ଦେଖାଇବାକୁ କହିଥିଲେ । ଗୃହ ମାଲିକ ଏହା ମୋର ଧାନ ନୁହେ ହୀରାପୁର ନିବାସୀ ଓ ଭଗବାନ ବନ୍ଦିଛୋର୍ ଙ୍କର ଅଟେ ବୋଲି କହିଥିଲେ । ପରେ ବନ୍ଦିଛୋର ଙ୍କୁ ଡକାଇ ଧାନ ସମ୍ପର୍କ ରେ ପଚାରି ବୁଝି ଥିଲେ । ସେ ମୋର ଧାନ ଓ ସ୍ଥାନୀୟ ଗୋବିନ୍ଦ ପୂର୍ ରୀଙ୍କୁ ବେହେରା ଙ୍କ ଜମିର ଅଟେ । ମୁଁ ତାଙ୍କ ଜମିକୁ ଭାଗ ଚାଷୀ ହିସାବ ରେ ଚାଷ କରେ ଓ ସେଇ ଜମି ରୁ ଉତ୍ପାଦିତ ଧାନ ଅଟେ । ଅମଳ କ୍ଷମ ପରେ ବିକ୍ରି କରିବାକୁ ଯେହେତୁ ନିଳଜୀ ଠାରେ ମଣ୍ଡି ଅଛି ତେଣୁ ନିଲାଜୀ ମଣ୍ଡି ରେ ବିକ୍ରି କରିବା ପାଇଁ ମୁଁ ଏଠାରେ ରଖିଛି ବୋଲି ପ୍ରକାଶ କରିଥିଲେ । 

0
0
0
s2sdefault