ହେଡଲାଇନସ୍:

ଦାରିଙ୍ଗବାଡ଼ିରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କନ୍ଧମାଳ ଷ୍ଟାଡିୟମ୍ ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରମଧ୍ୟରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ବ୍ଲକ ସ୍ତରରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଚାର୍ଲସ ନାୟକ, ସାଂସଦ ପ୍ରତିନିଧି କ୍ଷେତ୍ରିବଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ମନ୍ତ୍ରୀ ପ୍ରଥମେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିବା ବେଳେ ପରେ ଗ୍ରୀନବାଡ଼ି, ଶ୍ରାନିକେତା, ସିମନବାଡ଼ି ଓ କିରୀକୁଟିରେ କାର୍ଡ ବଣ୍ଟନ ହୋଇଥିଲା I ଉକ୍ତ ସ୍ମାର୍ଟ କାର୍ଡ ବଣ୍ଟନ ହେବା ପରେ ଅଂଚଳର ରହିଥିବା ଗରିବ ରାସନ କାର୍ଡ ଧାରୀମାନେ ସ୍ୱାସ୍ଥ୍ୟ ସୁବିଧା ବିନାମୂଲ୍ୟରେ ପାଇପାରିବେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ I ଏଥି ସହିତ ମହିଳାଙ୍କ କ୍ଷେତ୍ରରେ ଅତିତିକ୍ତ ୫ ଲକ୍ଷ ଟଙ୍କାର ସୁବିଧା ମିଳିବ ବୋଲି ମନ୍ତ୍ରୀ କହିଥିଲେ I ବାକି ରହିଥିବା ସ୍ମାର୍ଟ କାର୍ଡ ପର୍ଯ୍ୟାୟ କ୍ରମେ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି ବ୍ଲକ ପକ୍ଷରୁ ଜଣାପଡ଼ିଛି I

0
0
0
s2sdefault