ହେଡଲାଇନସ୍:

ଘୁ.ଉଦୟଗିରି ଏନଏସି ଏବଂ ପଞ୍ଚାୟତ ଅଂଚଳରେରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଏବଂ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧୀନରେ ଥିବା ପଞ୍ଚାୟତ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ଅନୁଭବ ପଟ୍ଟନାୟକ ଯୋଗ ଦେଇ ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବିଜୁ କଲ୍ୟାଣ ମଣ୍ଡପରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ପ୍ରଦାନ କରିଥିଲେ I

ସେହିଭଳି ପଞ୍ଚାୟତ ସମିତି ଅଞ୍ଚଳରେ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ରାଜ୍ୟ ଜଳ ସମ୍ପଦ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ବ୍ଲକର ତଲାରୀମାହା,କଳିଙ୍ଗା, ମାଲିକାପୋଡି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମରେ ସ୍ମାର୍ଟ ହେଲଥ କାର୍ଡ଼ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭୧୩ଟି ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇ ଥିବା ବେଳେ ବ୍ଲକ ଅଞ୍ଚଳରେ ବଣ୍ଟା ଯାଇ ଥିବା ସ୍ମାର୍ଟ କାର୍ଡର ତଥ୍ୟ ମିଳି ପାରିନାହିଁ I



0
0
0
s2sdefault