ହେଡଲାଇନସ୍:

କାଶୀପୁର: ଅରିଜିନାଲ ବିଜେଡି ଓ ଡୁପ୍ଲିକେଟ ବିଜେଡିର ଗୋଟିଏ ସ୍ୱର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବହୁଦିନ ପରେ ଗୋଟିଏ ଜାଗାରେ ଏକାଠି ଦିଶିଲେ ପାତ୍ର ଓ ମହାପାତ୍ର

କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବିଜେଡି ଦଳର କାର୍ଯ୍ୟାଳୟ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି | ଆଜି ଦିନ 12ଘଟିକା ସମୟରେ କାଶୀପୁର ହନୁମାନ ମନ୍ଦିର ନିକଟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର ଦାସ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏକ ବିଶାଳ ରାଲିରେ ପର୍ଯ୍ୟବେକ୍ଷକ ଶ୍ରୀ ନାୟକଙ୍କୁ ପାଛୋଟି ଆଣିଥିଲେ | ଉକ୍ତ ସମୟରେ ପରସ୍ପର ରାଜନୈତିକ ବିରୋଧୀ ଭାବେ ଜଣାଶୁଣା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜଗଦୀଶ ପାତ୍ର ଓ କାଶୀପୁରର ପୁରୁଣା ବିଜେଡି ନେତା କୃଷ୍ଣ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ |
ସୂଚନା ଯୋଗ୍ୟ ଯେ ଗତ ୨୦୧୯ ନିର୍ବାଚନ ସମୟରେ ବିଜେଡି ଦଳରୁ ଅଲଗା ହୋଇ କୃଷ୍ଣ ମହାପାତ୍ର ସ୍ୱାଧୀନ ଭାବରେ ଆଗକୁ ଆସି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ବିଜୟର ମୁକୁଟ ପିନ୍ଧାଇଥିଲେ | ସେହି ସମୟରୁ ଆଜି ଯାଏ ସ୍ୱାଧୀନ ଓ ବିଜେଡି ମଧ୍ୟରେ ବହୁବାର କଥା କଟାକଟି ହେଉଥିଲା, ଯେମିତି କି " ଅରିଜିନାଲ ବିଜେଡି ଓ ଡୁପ୍ଲିକେଟ ବିଜେଡି" କିମ୍ବା "ଆନ୍ଧ୍ରା ବିଜେଡି ଓ ଓଡିଶା ବିଜେଡି" ବା ବିଗତ ଦିନରେ କାଶୀପୁର ବ୍ଲକ କାର୍ଯ୍ୟାଳୟ ରେ ହୋଇଥିବା ସଭାରେ ମଧ୍ୟ ଦୁଇ ଦଳ ଭିତରେ କଥା କଟା କାଟି କୁ ନେଇ କିଛି ସମୟ ପାଇଁ ଯେପରି ଉତ୍ତେଜନା ସୃଷ୍ଟି ହୋଇଥିଲା,ଆଜି କିନ୍ତୁ ସେମିତି କିଛି ନଥିଲା |

ଆଜି କାର୍ଯ୍ୟାଳୟ ଉଦଘାଟନୀ କାର୍ଯ୍ୟକ୍ରମରେ ସେଭଳି ସବୁ ଗୋଷ୍ଠୀର ନେତା ମାନେ ଥାଇ ବି ତାହାର ଅନ୍ତ ଘଟିଥିବା ପରି ଅନୁଭବ ହୋଇଥିଲା | ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ହରପ୍ରସାଦ ନାୟକ, ବିନୋଦ ନାଏକ, କମଳ ସାଉନ୍ତା, ସାରଦା ନାଏକ, ରତିକାନ୍ତ ନାଏକ, ପ୍ରତାପ ବାଘ, ଅମିତ ନାଏକ, ଭାସ୍କର ପାଟ୍ଟଯୋଶୀ, ଜଗବନ୍ଧୁ ନାଏକ, ଅନନ୍ତ ମାଝୀଙ୍କ ସହ ବିଜୁ ଜନତା ଦଳର ବହୁ ସ୍ଥାନୀୟ ନେତା ଓ କର୍ମୀ କର୍ମୀ ଉପସ୍ଥିତ ଥିଲେ |

0
0
0
s2sdefault