ହେଡଲାଇନସ୍:

ଭେରୁବଣି ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଜାମୁନାଳି ଭେରୁବଣୀ ଗ୍ରାମଠାରେ ଲୋକକଳା ଗ୍ରାମର କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଗତକାଲି ଆୟୋଜିତ କରାଯାଇଥିଲା। ଏଥିରେ ଭେରୁବଣି ଗ୍ରାମର ଗ୍ରାମବାସୀ ମାନେ ସକାଳ ୫ଟାରେ ଡଙ୍ଗାଭସା, ଝୋଟି ୭ଟାରୁ ୯ଟା, ଗାଁ ସଫେଇ କାର୍ଯ୍ୟକ୍ରମ କରିଥିଲେ। ହୁଳୁହୁଲି, ପିଠାପଣା, ଓଡ଼ିଆଣୀ ବେଶ, ମାଣବସା ଲକ୍ଷ୍ମୀପୁରାଣ ଓ ଭାଗବତ ପାଠ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଝୋଟି ପ୍ରତିଯୋଗିତା ରେ ସସ୍ମିତା ବେହେରା ପ୍ରଥମ, ଭାନୁମତୀ ନାୟକ ଦ୍ଵିତୀୟ ଓ ବର୍ଷା ନାୟକ ତୃତୀୟ, ହୁଲୁହୁଳି ପ୍ରତିଯୋଗିତାରେ କୈଳାସ ଝାଙ୍କର ପ୍ରଥମ, ତପସ୍ଵିନୀ କାରିଗର ଦ୍ଵିତୀୟ, ସବିତା ସାମଲ ତୃତୀୟ, ଓଡ଼ିଆଣୀ ବେଶ ରେ ତପସ୍ଵିନୀ କାରିଗର ପ୍ରଥମ, ପଦ୍ମା ପ୍ରଧାନ ଦ୍ଵିତୀୟ ଓ ଦର୍ପନୀ ବେହେରା ତୃତୀୟ, ପିଠାପଣା ରେ ସୀମା ନାୟକ ପ୍ରଥମ, ଲିପସା ବେହେରା ଦ୍ଵିତୀୟ, ପ୍ରିୟମ୍ବଦା ଗଡ଼ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଡ. ଭାରତ ଭୁଷଣ ନନ୍ଦ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବ୍ରିଜେଶ ରଞ୍ଜନ ସାହୁ ବରିଷ୍ଟ ସାମ୍ବାଦିକ ଯୋଗ ଦେଇଥିଲେ। ପ୍ରତିଯୋଗିତାର ବିଚାରକ ଭାବରେ ଅଧ୍ୟାପକ ଚିତ୍ତ ରଞ୍ଜନ ଦାସ, ଉପ ସଭାପତି ଜିଲ୍ଲା କଲା ସଂସ୍କୃତି ସଂଘ ର ସରସ୍ଵତୀ କିଶାନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ର ବରିଷ୍ଟ କିରାଣୀ ମିନତି ଦେଇ ଯୋଗଦାନ ଦେଇଥିଲେ।

ଏହି ମହୋତ୍ସବରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହି ମହୋତ୍ସବ ର ସଭା କୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମନୋରଞ୍ଜନ ସୁତାର ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault