ହେଡଲାଇନସ୍:

ଆମ୍ରି ହସ୍ପିଟାଲସର ସୁପର ସ୍ପେସିଆଲିଟି କ୍ଲିନିକ ଏବେ କଟକର ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ କ୍ଲିନିକରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆମ୍ରି ହସ୍ପିଟାଲ୍ସର ଯୋଗାଯୋଗ କେନ୍ଦ୍ର ଏବଂ ସୁପର ସ୍ପେସିଆଲିଟି କ୍ଲିନିକ୍ ଏବେ ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ କ୍ଲିନିକ୍, କଟକରେ ଆରମ୍ଭ ହୋଇଛି । ଆମ୍ରି ହସ୍ପିଟାଲସର ପ୍ରସିଦ୍ଧ ଡାକ୍ତରମାନଙ୍କ ଦ୍ୱାରା ପ୍ରତି ସପ୍ତାହରେ ସୁପର ସ୍ପେସିଆଲିଟି ବର୍ହିବିଭାଗ ପରାମର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକ କଟକ ଲିଙ୍କ ରୋଡ଼ରେ ଅବସ୍ଥିତ, ଯାହାକି ଏକ ଆଧୁନିକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କେନ୍ଦ୍ର । ଏହି କେନ୍ଦ୍ରରେ ବହୁ ପ୍ରସିଦ୍ଧ ଡ଼ାକ୍ତର ମାନଙ୍କ ଦ୍ୱାରା ପରାମର୍ଶ ଏବଂ କ୍ଲିନିକାଲ ସେବା ପ୍ରଦାନ କରାଯାଇଥାଏ ।
“ବର୍ତ୍ତମାନ ସମସ୍ତ ବିଶ୍ୱ କୋଭିଡ଼ ଜନିତ ଲଗାତାର ଲକଡ଼ାଉନ ଏବଂ ସଟ୍ଡ଼ାଉନ୍ ରୁ ସଦ୍ୟ କୋହଳ ପାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ମୁକ୍ତି ପାଇନାହିଁ । ଏହି ଘଡ଼ିସନ୍ଧି ସମୟରେ ଆମ୍ରି ହସ୍ପିଟାଲସ ଏହାର ସ୍ୱାସ୍ଥ୍ୟ ସେବାକୁ ରାଜ୍ୟର ରାଜଧାନୀରୁ ଅଦୂରରେ ମଧ୍ୟ ଯୋଗାଇ ଦେବା ପାଇଁ ଚେଷ୍ଟା କରିଆସୁଛି । ଏହି ପରିପ୍ରେକ୍ଷୀରେ ଆମ୍ରି ହସ୍ପିଟାଲସ, ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକ୍ ସହଯୋଗରେ କଟକ ଏବଂ ଏହାର ଆଖପାଖ ରେ ରହୁଥିବା ଲୋକଙ୍କ ପାଇଁ ପ୍ରସିଦ୍ଧ ଡ଼ାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଏବଂ କ୍ଲିନିକାଲ ସେବା ପ୍ରଦାନ କରିବା ପାଇଁ ପ୍ରୟାସ କରୁଛି ” ବୋଲି କହିଛନ୍ତି ଶ୍ରୀଯୁକ୍ତ ରୂପକ ବରୁଆ, ଗ୍ରୁପ୍ ସି.ଇ.ଓ, ଆମ୍ରି ହସ୍ପିଟାଲସ ।
ବର୍ତ୍ତମାନ ସାପ୍ତାହିକ ଆମ୍ରି ହସ୍ପିଟାଲସର ସୁପ୍ରସିଦ୍ଧ ଡ଼ାକ୍ତରମାନେ ଯଥା ଡ଼ାକ୍ତର ଜିତେନ୍ଦ୍ରନାଥ ପଟନାୟକ (କାର୍ଡିଆକ ସର୍ଜନ), ଡ଼ାକ୍ତର ସୁନୀଲ କୁମାର ପାତ୍ର (ନ୍ୟୁରୋ ସର୍ଜନ), ଡ଼ାକ୍ତର ସୌମେନ ରୟ (ଗ୍ୟାଷ୍ଟେ୍ରା ସର୍ଜନ) ଏବଂ ଡ଼ାକ୍ତର ଆନନ୍ଦ କୁମାର ବେହେରା (ଅର୍ଥପେଡ଼ିକ୍ସ) ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଏବଂ କ୍ଲିନିକରେ ପରାମର୍ଶ ପ୍ରଦାନ କରିବେ । ଆମ୍ରି ହସ୍ପିଟାଲସର ସ୍ୱତନ୍ତ୍ର କ୍ଲିନିକ ମାନ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ବ୍ରହ୍ମପୁର, ସମ୍ବଲପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ରାଉରକେଲା, ଝାରସୁଗୁଡ଼ା, ବଲାଙ୍ଗୀର, ଇତ୍ୟାଦି ସ୍ଥାନ ମାନଙ୍କରେ ଚାଲୁ ରହିଛି । ବର୍ତ୍ତମାନ ଆମ୍ରି ହସ୍ପିଟାଲସ ଏବଂ ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଏବଂ କ୍ଲିନିକର ଏହି ସହାଭାଗିତା ଦ୍ୱାରା କଟକ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ବହୁତ ଲାଭପ୍ରଦ ହେବ “ ବୋଲି କହିଛନ୍ତି ଆମ୍ରି ହସ୍ପିଟାଲସ ଭୁବନେଶ୍ୱର ଭାଇସ ପ୍ରେସିଡେ଼ଣ୍ଟ ଏବଂ ୟୁନିଟ୍ ମୁଖ୍ୟ ଶ୍ରୀମତୀ ନିଲଞ୍ଜନା ମୁଖେର୍ଜୀ, ।
ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକର ସ୍ୱତ୍ତ୍ୱାଧିକାରୀ ଶ୍ରୀଯୁକ୍ତ ନବୀନ ମହାନ୍ତି କହିଛନ୍ତି “ଆମ୍ରି ହସ୍ପିଟାଲସ ସହିତ ଏହି ସହଯୋଗିତା ମାଧ୍ୟମରେ କଟକ ଏବଂ ନିକଟବର୍ତ୍ତୀ ଅଞ୍ଚଳର ଲୋକ ମାନେ ଉନ୍ନତ ମାନର ସ୍ୱାସ୍ଥ୍ୟ ପରାମର୍ଶ ପାଇ ପାରିବେ । ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକ ଆଗାମୀ ଦିନରେ ଏହିପରି ଆହୁରି ଅନେକ ଲୋକାଭିମୁଖୀ ସ୍ୱାସ୍ଥ୍ୟ ସମ୍ପନ୍ଧୀୟ ଯୋଜନାମାନ ପରିକଳ୍ପନା କରୁଅଛି ”
ଏହୀ ଅବସରରେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଶ୍ରୀ ସତ୍ୟଜିତ ମହାନ୍ତି( ଆଇ.ପି.ଏସ୍) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଆମ୍ରି ହସ୍ପିଟାଲସ ଓ ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକ ର ଏହି ସହଯୋଗିତା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଏହି ଉଦଘାଟନୀ ସମାରୋହରେ ଆମ୍ରି ହସ୍ପିଟାଲସ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା । “ସମ୍ପ୍ରତି ଏକାଧିକ ସ୍ୱସ୍ଥ୍ୟ ସେବା ଯୋଜନା ମାନ ଉପଲବ୍ଧ ହୋଇଥିଲେ ମଧ୍ୟ ସମାଜରେ ଅନେକ ଲୋକ ଉତ୍ତମ ସ୍ୱାସ୍ଥ୍ୟ ପରାମର୍ଶ ରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ଆମ୍ରି ହସ୍ପିଟାଲସ ର ଅନୁଭବୀ ଡ଼ାକ୍ତର ଓ ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକର ଅତ୍ୟାଧୁନିକ ବ୍ୟବସ୍ଥା ସ୍ଥାନୀୟ ଲୋକ ମାନଙ୍କୁ ଏକ ନୂତନ ଅନୁଭବ ପ୍ରଦାନ କରିବ” ବୋଲି କହିଛନ୍ତି ଗ୍ରାଣ୍ଡ ଡ଼ାଇଗ୍ନୋଷ୍ଟିକ ଏବଂ କ୍ଲିନିକର ଉପଦେଷ୍ଟା ଶ୍ରୀ ଅନୁପ କିଶୋର ଦାସ |
ଆମ୍ରି ହସ୍ପିଟାଲସ ମେଡ଼ିକାଲ ସୁପରିଟେଣ୍ଡଣ୍ଟ ଡ଼ାକ୍ତର ସିଦ୍ଧାର୍ଥ ମିଶ୍ର ଉପସ୍ଥିତ ରହି ଏହି ସହଯୋଗିତାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault