ହେଡଲାଇନସ୍:

ଶିକ୍ଷକ ଭବନ ଭୂମିପୂଜା ଓ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କ ଦୀର୍ଘ ବର୍ଷ ର ସ୍ବପ୍ନ ପୂରଣ କଲେ ଦଶପଲ୍ଲା ବିଧାୟକ।ନୂଆଗାଁ ବ୍ଲକ୍ ରେ ନିର୍ମାଣ ହେବ ଶିକ୍ଷକ ଭବନ ।ଶିକ୍ଷକ ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ପ୍ରଦାନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି।ନୂଆଗାଁ ବ୍ଲକ୍ ଅନ୍ତର୍ଗତ କଲ୍ୟାଣୀ ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଇଛେଳି ଠାରେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଭବନ ଭୂମି ପୂଜା ଓ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭୂମିପୂଜନ ରେ ଯୋଗଦେଇ ଶିକ୍ଷକ ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।
ଶିକ୍ଷା ବିନା ଜଣେ ଶିଶୁ ହୋଇ ପାରିବ କିନ୍ତୁ ଛାତ୍ର ହୋଇପାରିବ ନାହିଁ ସେହିପରି ,ଶିକ୍ଷକ ବିନା ଜଣେ ଶିଶୁ ହୋଇପାରିବ କିନ୍ତୁ ଛାତ୍ର ହୋଇପାରିବ ନାହିଁ ବୋଲି କହିଥିଲେ। ଦେଶ ଗଠନ ର ପ୍ରତିଷ୍ଠାତା ହେଉଛନ୍ତି ଶିକ୍ଷକ।ଶିଶୁ ମାନେ ଶି ରୁ ଶିକ୍ଷିତ, ଶୁ ରୁ ସୁସ୍ଥ ହେବା ଆବଶ୍ୟକ।ଶିକ୍ଷକ ମାନଙ୍କ ଶିଶୁ ମାନଙ୍କ ପ୍ରତି କର୍ତ୍ତବ୍ୟ ଓ ଭୂମିକା ବର୍ଣ୍ଣନା କରିଥିଲେ। ।ଛାତ୍ର ଛାତ୍ରୀ ମାନେ କିପରି ପଲ୍ଲୀ ର କଥା କୁ ଦିଲ୍ଲୀ ରୁ ପହଞ୍ଚାଇବେ ସେଥିପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ବିଧାୟକ କହିଥିଲେ।ତତ୍ ସହିତ ବିନା ଗୁରୁ ରେ ସଫଳତା ଅସମ୍ଭବ ବୋଲି କହିବା ସହ ବିଧାୟକ ପାଣ୍ଠିରୁ ୫ ଲକ୍ଷ ପ୍ରଦାନ କରାଯାଇଥିବା ଏବଂ ଆଗାମୀ ଦିନରେ ଗୁରୁଦିବସ ଶିକ୍ଷକ ଭବନରେ ପାଳନ କରାଯିବ ବୋଲି କହିଥିଲେ।ନୂଆଗାଁ ବ୍ଲକ୍ ର ଶିକ୍ଷକ ମାନଙ୍କ ଏକତା କୁ ପ୍ରଶଂସା ଓ ଅଞ୍ଚଳ ର ବିକାଶ କାମନା କରିଥିଲେ ଦଶପଲ୍ଲା ବିଧାୟକ। ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପା ଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ଶିକ୍ଷକ ନେତା ବାମନ ଚରଣ ସାହୁ,ଯୁବ ସମାଜ ସେବୀ ଦାଶରଥି ପ୍ରଧାନ, ମାଇଛେଳି ଓ କୃଷ୍ଣଚନ୍ଦ୍ର ପୁର ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ଯୋଗଦେଇଥିବା ବେଳେ ବିବରଣୀ ପାଠ କରିଥିଲେ ସଂଘ ସମ୍ପାଦକ ସୁଧୀର କୁମାର ପ୍ରଧାନ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ମିଳିତ ଶିକ୍ଷକ ସଂଘ ସଭାପତି ଚିନ୍ତାମଣି ମିଶ୍ର।ଦଶମ ଶ୍ରେଣୀ ପରୀକ୍ଷା ରେ ଏ ୧ ଓ ଏ୨ ଗ୍ରେଡ ପାଇଥିବା ଏବଂ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ,ଛାତ୍ରୀ ମାନଙ୍କୁ ଦଶପଲ୍ଲା ବିଧାୟକ ପୁରସ୍କୃତ କରିଥିଲେ।ମଞ୍ଚ ପରିଚାଳନା ସି ଆର୍ ସି ସି ନରେନ୍ଦ୍ର କୁମାର୍ ବେହେରା ଓ ଶିକ୍ଷୟତ୍ରୀ ସୁଚିସ୍ମିତା ମହାପାତ୍ର କରିଥିବା ବେଳେ ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ଚାରି ଶହ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault