ହେଡଲାଇନସ୍:

ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ଆହାତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନେଇ ଯାଉଥିବା ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ନିକଟ ହୁଲିଆପଦା ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିର ଡ୍ରାଇଭର ପି.ଏସ. ରାଓଙ୍କ ସମେତ ଏସ୍ଆଇ ଏଲ.ବିଶ୍ୱନାଥ, କନେଷ୍ଟବଳ ଜିତୁ ପଟ୍ଟନାୟକ, କମଳା ଦେବୀ ଏବଂ ମଞ୍ଜୁଳା ଭୂୟାଁ ଗୁରୁତର ଆହାତ ହୋଇଛନ୍ତି । ଖବର ପାଇ ଅଡ଼ବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବିରିକୋଟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଛି ।
ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ । ତପ୍ତପାଣି ଠାରୁ ଗଜପତି ପୋଲିସ୍ ନେଇ ରାୟଗଡ଼ା ଜିଲ୍ଲା ସୀମା ଯାଏଁ ଛାଡ଼ିବାକୁ ଯାଉଥିଲା । ହୁଲିଆପଦା ନିକଟରେ ଜଣେ ବାଇକ୍ ଆରୋହୀ ଫୋନରେ କଥା‌ ହୋଇ ପାଇଲଟିଂ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲେ । ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟିଂ ଗାଡ଼ିଟି ଓଲଟି ପଡ଼ିଛି ।

0
0
0
s2sdefault