ହେଡଲାଇନସ୍:

ଡୁଡୁକିଝରିଆ ମାଁ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଡୁଡୁକିଝରିଆ ଚମ୍ପିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆରେ ଚାଲିଥିବା ୮ମ ମାଁ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାଇକମାଳକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଡୁଡୁକିଝରିଆ ଓ ପାଇକମାଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଡୁଡୁକିଝରିଆ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସୋମେଶ ମାଝୀଙ୍କ ଧୂଆଁଧାର ୪୭ ରନ ଓ ଘନ ଭୋଇ ୨୩ ରନ ସହାୟତା ୪ ଓ୍ବେକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲେ।୧୦୨ ରନ ବିଜୟ ଲକ୍ଷ୍ୟ ନେଇ ପାଇକମାଳ ଦଳ ନିର୍ଧାରିତ ଓଭରରେ ୬ ଓ୍ବେକେଟ ହରାଇ ୮୯ ରନ ସଂଗ୍ରହ କରି ଡୁଡୁକିଝରିଆ ୧୨ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା ।ସନ୍ତୋଷ କୁମାର ପଣ୍ଡା ଓ କାହ୍ନୁ ସାହୁ ଖେଳ ପରିଚାଳନା କରିଥିଲେ। ବବୁନ ମାଝୀ ସ୍କୋରର ଥିବା ବେଳେ ପ୍ରହ୍ଳାଲାଦ ଭୋଇ ଓ ଅମିତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦ ସୁନା ଓ ସମ୍ମାନିତ ଅତିଥି ଭାବେ ବ୍ଳକ ବିଜୁ ଜନତା ଦଳ ସଭାପତି ଗୌତମ ସିଂ,ବିଜୁ ଜନତା ଦଳ ଉପ-ସଭାପତି ଶରତ ତାଣ୍ଡି,ବିଜୁ ଜନତା ଦଳର ସମ୍ପାଦକ ଭୋଜରାଜ ଭୋଇ, ଜିଲ୍ଲା ପରିଷଦ ବିଶ୍ବନାଥ ବାଗ, ଗିରିଶ ଡନସନା,ଯୋଗିନ୍ଦ୍ର ଭୋଇ,ଗୋଗୁଳ ତାଣ୍ଡି, ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ, ପ୍ରମୁଖ ଉପସ୍ଥିତ ଥାଇ ଚମ୍ପିୟାନ ଦଳକୁ ୧୨୦୦୦ ନଗଦ ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ୮୦୦୦ ନଗଦ ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ସୋମେଶ ମାଝୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଘନ ଭୋଇଙ୍କୁ ମ୍ୟାନ ଅଫ ଦି ସିରିଜ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ। ଅମିତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅପୁ ଦାଶ,ମଣ୍ଟୁ ଷଡ଼ଙ୍ଗୀ, ତ୍ରିନାଥ ଭୋଇ ପ୍ରମୁଖ,ଭୁପେନ୍ଦ୍ର ଷଡ଼ଙ୍ଗୀ, ଆଶୁତୋଷ ତ୍ରିପାଠୀ ସମେତ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

0
0
0
s2sdefault