ହେଡଲାଇନସ୍:

ମୂଷାକଟା ଶିବମନ୍ଦିର ପରିସରରେ ଭାରତୀୟ କିଷାନ ସଂଘର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ମୂଷାକଟା ଶିବମନ୍ଦିର ପରିସରରେ ରବିବାର ଭାରତୀୟ କିସାନ ସଂଘ ରେଢ଼ାଖୋଲ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ବ୍ଳକ ସଭାପତି ରମେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଂଶାଜାଲ , ଭରତାପୁର , ତ୍ରିବଣପୁର , ଚାରମାଳ , ଗଡ଼ଗଡ଼ବାହାଲ ଏବଂ ବୁର୍ଡା ପଞ୍ଚାୟତର ଚାଷୀ ଯୋଗଦେଇ କୃଷି ଓ କୃଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ଚଳିତ ବର୍ଷ ଅନିୟମିତତା ବର୍ଷା ଯୋଗୁଁ ଧାନ ଫସଲ ପ୍ରଭାବିତ ହେଉଥିବା ବେଳେ ଏ ଅଞ୍ଚଳକୁ ମରୁଡି ଘୋଷଣା , ଠେଙ୍ଗଡେମ୍ ପ୍ରକଳ୍ପରୁ ଜଳସେଚନ ବ୍ୟବସ୍ଥା , ଡୁଲେଶ୍ଵର ଜଳ ପ୍ରକଳ୍ପ ଡୁଲିଆରୁ ଜଳଯୋଗାଣ ବ୍ୟବସ୍ଥା , ଚମ୍ପାଲିକୁ କେରାଣ୍ଡି ଜୋରରେ ସଂଯୋଗିକରଣ କରି ବୃହତ ଜଳ ପ୍ରକଳ୍ପ କରାଯାଉ। କେରାଣ୍ଡି କେନାଲକୁ କନ୍ଧରା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ଜଳଯୋଗାଣ ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆସନ୍ତା ୨୫ ତାରିଖରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ଜୟସ୍ବର କର୍ଣ୍ଣ ଯୋଗ ଦେଇଥିବା ବେଳେ ସଂଯୋଜକ ବିଜୟ କୁମାର ବେହେରା ଅତିଥି ପରିଚୟ କରିଥିଲେ। ବୈଠକରେ ଲକ୍ଷ୍ମଣ ପ୍ରଧାନ,ଛବିଳ ପ୍ରଧାନ, ରାମକୁମାର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଉତ୍ତମ ମହାକୁଡ଼, ରଞ୍ଚିତ୍ ସାହୁ, ପ୍ରଦିପ ନାଏକଙ୍କ ସମେତ ବହୁ ଚାଷୀ ଯୋଗଦେଇ ଥିଲେ। ଶେଷରେ ଭାରତୀୟ କିସାନ ସଂଘ ରେଢ଼ାଖୋଲ ସଂପାଦକ ଦିଲ୍ଲୀପ ମହାକୁଡ଼ ଧନ୍ୟବାଦ ଅର୍ପଣ କରି ସଭାଭଙ୍ଗ କରିଥିଲେ।

0
0
0
s2sdefault