ହେଡଲାଇନସ୍:

ଥାନାରେ ବାହାଘର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଆଦର୍ଶ ଥାନାରେ ପ୍ରେମି ଯୁଗଳଙ୍କ ବିବାହ କରାଇଲେ ପଦ୍ମପୁର ଥାନା ଅଧିକାରୀ । ପଦ୍ମପୁର ସହରର ବଡ଼ବନ୍ଧ ପଡାର ନିଳମଣି ଗୁଣ୍ଡିଙ୍କ ଝିଅ ସୁବାଶିନୀ ଗୁଣ୍ଡି ଓ ପାଇକମାଲ ଥାନା ସୋଢାର ମାଧବ ପଟେଲଙ୍କ ପୁଅ ରମେଶ ପଟେଲଙ୍କ ସହ ବିବାହ କରାଇଛନ୍ତି ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ । ଗତ ୧୫ ଅକ୍ଟୋବର ଦିନ ସୁବାଶିନୀ ଗୁଣ୍ଡି ନିଖୋଜ ଥିବା ତାଙ୍କ ମାଁ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପଦ୍ମପୁର ଥାନାଅଧିକାରୀ ଝିଅକୁ ଖୋଜିଥିଲେ ଏବଂ ସୁବାଶିନୀ ଗୁଣ୍ଡି ଓ ରମେଶ ପଟେଲଙ୍କୁ ଠାବ କରିଥିଲେ। ଉଭୟେ ସାବାଳକ ହୋଇଥିବାରୁ ଥାନାରେ ପରିବାରର ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

0
0
0
s2sdefault