ହେଡଲାଇନସ୍:

ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ଡ. ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର(ଶାସକ ପ୍ରଶାସକ): ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛିା ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍ସୀଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ସିମଡେଗାଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବା ଉଭୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ୧୮ ଜଣିଆ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ହକି ପାଇଁ ଓଡ଼ିଶାର ଆଡ୍ହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ କହିଛନ୍ତିା
ବରିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଜ୍ୟୋତି ଛତ୍ରୀ ଦଳର ନେତୃତ୍ୱ ନେବୋ ୧୮ ଜଣିଆ ବରିଷ୍ଠ ମହିଳା ହକି ଦଳ ସହିତ ଅନ୍ତର୍ଜାତୀୟ ଖାତିସଂପନ୍ନ ମହିଳା ହକି ତାରକା ଶ୍ରୀମତୀ ପାଉଲିନା ସୁରିନ୍ ଦଳ ପ୍ରବନ୍ଧକ ଓ ଅଲମ୍ପିଆନ୍ ହକି ତାରକା ଶ୍ରୀ ଲାଜରୁସ୍ ବାର୍ଲା ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବୋ କଳିଙ୍ଗ ଷ୍ଟାଡିୟମର ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରର ଡାକ୍ତର ଶୋଭେନ୍ ଫିଜିଓ ଏବଂ ରେଶ୍ମା ଲାକ୍ରା ସହାୟକ ଦାୟିତ୍ୱ ନିର୍ବାହ କରିବୋ
ସେହିପରି କନିଷ୍ଠ ମହିଳା ହକି ଦଳ ସହିତ ଭଲିବଲ୍ ପ୍ରଶିକ୍ଷକ ଶ୍ରୀମତୀ ସୁଷମା ନନ୍ଦ ଓ ବରିଷ୍ଠ ହକି ପ୍ରଶିକ୍ଷକ ଶ୍ରୀ କାଳୁଚରଣ ଚୌଧୁରୀ ଯଥାକ୍ରମେ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବୋ ଏହି ଦଳ ସହିତ ଫିଜିଓ ଭାବରେ ସୁଶ୍ରୀ ଶୁଭସ୍ମିତା ମହାନ୍ତି ଓ ଫିଟନେସ ଟ୍ରେନର ଭାବରେ ଶ୍ରୀମତୀ ସରିତା ରୋଶନ୍ ହନୁମାନ୍ ଓ ଉପାସନା ଯାଦବ ଯୋଗଦେବୋ କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ସିମଡେଗା ନିମନ୍ତେ ଯାତ୍ରା କରିବୋ
ବିଗତ ଦୁଇ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡରେ ଚାଲିଥିବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡହକ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ତିର୍କୀ ଓ କ୍ରୀଡ଼ା ଏବଂ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଆଜି ପୂର୍ବାହ୍ନରେ ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରି ପ୍ରତିଯୋଗିତାରେ ସଫଳତା କାମନାପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲୋ

0
0
0
s2sdefault