ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମାହାଙ୍ଗାରେ ମେଗା ରକ୍ତଦାନ ଶିବିର : ପଞ୍ଚମ ପାଳି ସମ୍ମାନାର୍ଥେ ୫୦୧ୟୁନିଟ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା/(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ରାଜ୍ୟ ବ୍ୟାପି ପାଳିତ ହୋଇଯାଇଥିବା ବେଳେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ-ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶଶକ୍ରମେ ଏହି କାର୍ଯ୍ୟକ୍ରମ ଉତ୍ସାହର ସହିତ ସ୍ୱତନ୍ତ୍ର ଭାବେ ପାଳିତ ହୋଇଛି | ପଂଚମ ପାଳି ସରକାରର ନେତୃତ୍ୱ ନେଇ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକୁ ସମ୍ମାନ ଜଣାଇ ମନ୍ତ୍ରୀ ଶ୍ରୀ ଜେନାଙ୍କ ମାର୍ଗଦର୍ଶନରେ ଆୟୋଜିତ ରକ୍ତଦାନ ଶିବିରରେ ୫୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |

ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ମାହାଙ୍ଗା ବ୍ଲକ ବିଜେଡ଼ି ପକ୍ଷରୁ ଜେ.ଏନ୍. କଲେଜ ପରିସରରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର କଟକ ଜିଲ୍ଲା ସଂଯୋଜକ ରଂଜନ କୁମାର ବିଶ୍ୱାଳ ଉଦଘାଟନ କରିଥିଲେ । ମାହାଙ୍ଗା ବ୍ଳକ ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ନେତୃତ୍ୱରେ ଏହି ଶିବିର ଉଲ୍ଲେଖନୀୟ ଭାବେ ସଫଳ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ବ୍ଲକ ବିଜେଡ଼ି ସଭାପତି ରାଜକିଶୋର ଜେନା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ଓଝା, ମାହାଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରଶିଦା ବେଗମ୍, ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଶିବିରରେ ୫୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ବ୍ଲକ ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର, ଉପସଭାପତି ଦେବାଶିଷ ଜେନା, ବ୍ଲକ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ, ସରପଂଚ ଭବାନୀ ଶଙ୍କର ସାମଲ, ଛାତ୍ର ବିଜେଡ଼ି ନେତା ତ୍ରିନାଥ ଜେନା, ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ସୁମିତା ଦାସ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦୀପ୍ତ ବିଶ୍ୱାଳ, ଜିଲ୍ଲା ବିଜେଡ଼ି ଉପସଭାପତି ସ୍ୱାଧୀନ ମହାନ୍ତି, କ୍ଷମାସାଗର ଦାସ, ଦେବୀ ପ୍ରସାଦ ପଲେଇ, ଛାତ୍ର ବିଜେଡ଼ି ଉପସଭାପତି ତୋଫାନ ଦାସ, ସାଧାରଣ ସମ୍ପାଦକ ଆଲୋକ ସେଠୀ, ଆଲୋକ ବାରିକ, ବିଜେଡ଼ି ନେତା ରଜନୀକାନ୍ତ ପରିଡ଼ା, ପଂଚାନନ ପଣ୍ଡା, ପ୍ରଦୀପ୍ତ ବିଶ୍ୱାଳ, ସଚିନ୍ଦ୍ର ସାହୁ, ଉମେଶ ସାହୁ, ବିଜେଡ଼ି ସମ୍ପାଦକ ଜ୍ଞାନେନ୍ଦ୍ର ସାହୁ, ସରପଂଚ ବିଜୟ ରାଉତ, ମୃତ୍ୟୁଞ୍ଜୟ ବରାଳ, ଜୋନ ସଭାପତି ନିରଂଜନ ବିଶ୍ୱାଳ, ଜିଲ୍ଲା ବିଜେଡ଼ି ଉ-ସଭାପତି ପ୍ରଶାନ୍ତ ପଟ୍ଟନାୟକ, କମଳାକାନ୍ତ ଦାଶ, ରିଅନୁଲ୍ ହୋଦା, ସମିତି ସଭ୍ୟ ପ୍ରଶାନ୍ତ ରାଉତରାୟ, ବିବେକ ପାଣି, ସରପଂଚଙ୍କ ପ୍ରତିବିଧି ନୟନ ବିଶ୍ୱାଳ, ବିିନବିହାରୀ ସ୍ୱାଇଁ, ସଂରପଚ କାର୍ତ୍ତିକ ଜେନା,ପୁର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ପ୍ରିତମ କାନୁନଗୋ, ଦେବେନ୍ଦ୍ର ମହାନ୍ତି, ସୁଶାନ୍ତ ସ୍ୱାଇଁ, ଅମୀୟ ନାୟକ, ସଂବିତ ମହାନ୍ତି, ଲଳିତ ମୋହନ ମହାପାତ୍ରଙ୍କ ସମେତ ବହୁ ସମିତି ସଭ୍ୟ, ସରପ ଓ ବିଜେଡ଼ି କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିବା ସହ ଏକ କେକ୍ କଟା ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଜନ୍ମଦିନରେ ଶୁଭକାମନା ଜଣାଇଥିଲେ |

0
0
0
s2sdefault