ହେଡଲାଇନସ୍:

“ଉତ୍ତର ଓଡ଼ିଶାର ଜନ ଜୀବନକୁ ଅଧିକ ସଂସ୍କୃତିବନ୍ତ ଓ କଳାସିକ୍ତ କରିବାରେ ବିଜୟା ମିଳନର ଭୂମିକା ଅନନ୍ୟ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂଜ୍ୟପୂଜା ସଂସଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ

  • “ଏକ ଗଣପର୍ବରେ ପରିଣତ ହୋଇଛି ବିଜୟା ମିଳନ ମହୋତ୍ସବ”
  • “ନୂତନ ପୀଢ଼ିର ଲେଖକ ଗଢ଼ିବାରେ ସହାୟକ ହୋଇଛି ବିଜୟା ମିଳନ ମହୋତ୍ସବ”
  • “ପାରମ୍ପରିକ ବିଜୟା ମିଳନ ମହୋତ୍ସବ ସଭ୍ୟତା ଓ ସଂସ୍କୃତିର ଚାୟକ”

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ସଭ୍ୟତା ସଂସ୍କୃତିର ପରିଚୟ ମିଳେ ତା’ର ଉନ୍ନତ ପରମ୍ପରା ପାଇଁ । ଯେଉଁଠି ପରମ୍ପରା ସୁନିୟନ୍ତ୍ରିତ ଏବଂ ଧାରାବାହିକତାରେ ନିଷ୍ଠାପର, ସେଇଠି ପାରମ୍ପରିକ ଯାତ୍ରାର ସଫଳତା ଅନୁଭବ କରାଯାଇଥାଏ । ଅନେକ ଘାତ ପ୍ରତିଘାତ ଭିତରେ ଉତ୍ତର ଓଡ଼ିଶାର ଜନ ଜୀବନକୁ ଅଧିକ ସଂସ୍କୃତିବନ୍ତ ଓ କଳାସିକ୍ତ କରିବାରେ ବିଜୟା ମିଳନ ତାର ଯାତ୍ରାକୁ ଅବ୍ୟାହତ ରଖି ୫୦ ବର୍ଷରେ ପଦାର୍ପଣ କରିଛି । ଏହି ପବିତ୍ର ଦିବସଟିକୁ ସାହିତ୍ୟ, ସଂସ୍କୃତି ଆଲୋଚନା ଓ ସାରସ୍ୱତ ବନ୍ଧୁ ମିଳନରେ ବାନ୍ଧି ରଖିବା ହେଉଛି ଏହି ଉତ୍ସବର ପ୍ରଧାନ ଆଭିମୁଖ୍ୟ ବୋଲି ବିଜୟା ମିଳନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମତପ୍ରକାଶ ପାଇଛି । ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଭାଗବତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ଭଦ୍ରକର ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବଟିକୁ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ମାଝୀ ତାଙ୍କ ଭାଷଣରେ କହିଲେ ଯେ, ଆଜି ସମାଜରେ ଯେପରି ଭାବେ ଅଶାନ୍ତି, ପରଶ୍ରୀକାତରତା ଓ ସାମ୍ପ୍ରଦାୟିକତା ଦେଖାଦେଇଛି ଏ ସବୁର ଦୂରୀକରଣ ଲାଗି ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଜୟା ସମ୍ମାନ’ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲଙ୍କୁ ପ୍ରଦାନ କରାଯାଇଥିଲା । ସେ ତାଙ୍କ ପ୍ରତିଉତ୍ତରରେ କହିଲେ ଯେ, ସାହିତ୍ୟ ସମାଜର ଦର୍ପଣ । ସମଗ୍ର ବିଶ୍ୱର ମଙ୍ଗଳ ତଥା ସମାଜକୁ ସଂସ୍କାର କରି ବ୍ୟକ୍ତିର ·ଲିଚଳନ, ଆ·ର ବ୍ୟବହାରକୁ ପରିମାର୍ଜିତ କରି ଜୀବନ ଚଳଣିକୁ ସଠିକ୍ ମାର୍ଗରେ ନେଇ ଭଲ ମଣିଷଟିଏ ହେବା ପାଇଁ ସାହିତ୍ୟ ଏକାନ୍ତ ପ୍ରୟୋଜନ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ଯୋଗଦେଇ ଏପରି ବିଜୟା ମିଳନ ସାଂସ୍କୃତିକ ଭାବବିନିମୟ ସହିତ ଲେଖକମାନଙ୍କ ସହିତ ସୁସଂପର୍କ ରଖିବାର ଏକ ମାଧ୍ୟମ ବୋଲି କହିଥିଲେ । ‘ବିନୋଦ ବିହାରୀ ସ୍ମୃତି ସମ୍ମାନ’ ଗାଳ୍ପିକ ଓ ନାଟ୍ୟକାର ଡ. ପଦ୍ମକାନ୍ତ ଧଳ, ‘ନିଶାମଣି ସ୍ମୃତି ସମ୍ମାନ’ ଡ. ଶକୁନ୍ତଳା ବଳୀୟାର ସିଂହ ଏବଂ ‘ସରୋଜ କଳା ସମ୍ମାନ’ ଚିତ୍ରଶିଳ୍ପୀ ଦିଲ୍ଲୀପ ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଥିଲା । ଲିପିପୁଷ୍ପା ରାୟ, ଗଗନ ବିହାରୀ ରାଉତ, ମନୋରମା ରାୟ ଓ କବି ବିଜୟ ବହଳୀ ପ୍ରମୁଖ ମାନପତ୍ର ପାଠ କରିଥିଲେ ।

ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆମନ୍ତ୍ରଣ, ଅତିଥି ପରିଚୟ ପ୍ରାଧ୍ୟାପିକା ଡ. ମମତା ସାହୁ ଓ ଅନୁଷ୍ଠାନ ର ସମ୍ପାଦକ ରୂପକ ବିହାରୀ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସାହିତ୍ୟରତ୍ନ ଅପୂର୍ବ ରଞ୍ଜନ ରାୟଙ୍କ ରଚିତ ‘କବିର ଲଲାଟ ଚନ୍ଦନ ଟିକା’କୁ ସଂଗୀତ ବିଶାରଦ ମାଣ୍ଟର ରାମନାରାୟଣ ପଣ୍ଡା ଓ କଳାକାର ଉମାକାନ୍ତ ଖୁଣ୍ଟିଆଙ୍କ ନେତୃତ୍ୱରେ ଆନନ୍ଦ ଉଚ୍ଚବିଦ୍ୟାଳୟର ଶିଶୁ କଣ୍ଠଶିଳ୍ପୀ ତୁଳସୀ ପାଢ଼ୀ, ନବନିତା ସୂତାର, ସୁସ୍ମିତା ସୂତାର, ସ୍ୱପ୍ନରାଣୀ ମିଶ୍ର, ପ୍ରଜ୍ଞାପରମିତା ସାହୁ ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ଜେନା ଗାନ କରିଥିଲେ । ଶ୍ରୀମତୀ ଦମୟନ୍ତି ନାଥଙ୍କ ‘ଆଦ୍ୟତରଙ୍ଗ’, ଡ. ମମତା ସାହୁଙ୍କ ‘ରାତି ପାହିଗଲେ’, ସବିତାରାଣୀ ବେହେରାଙ୍କ ‘ଏକା ଏକା ଏକପଦୀ’, ପୁସ୍ତକ ଉନ୍ମୋଚିତ ହୋଇଥିଲା । ସାରଥୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପର୍ବରେ ‘ଉକôଳ ସମ୍ମିଳନୀ’ ଭଦ୍ରକ ଶାଖାର ସଭାପତି ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ‘ତ୍ୟାଗଭୂମି’ର ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ନାୟକ ଓ ସମ୍ମାନିତ ବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ. ଅଭୟ ଦାସ ଯୋଗଦେଇ କବିତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ମୁସ୍ତାକ୍ ଗହ୍ୱର, ଡ. ମମତା ସାହୁ, ଶରତ ଜେନା, ଓ କବି ଦୀପ୍ତିମୟୀ ସାହୁ ପଠିତ କବିତାର ସଂଯୋଜନା କରିଥିବା ବେଳେ, କବି ରମେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ । କବିତାପାଠ କରିଥିବା କବିମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଅଜୟ କୁମାର ନାୟକ,ଦୁଃଶାସନ ମହାନ୍ତି, ମନୋଜ ଦାସ, ସଂଗ୍ରାମ ସାହୁ, ରାଜେଶ ଦାଶ, ନିଗମାନନ୍ଦ ମହାନ୍ତି, ସମୀର କାନ୍ତ ଦାସ, କିଶୋର କୁମାର ଲଢ଼ା, ମନୋଜ ରାୟ,ରାକେଶ କୁମାର ଗୁପ୍ତା, ଆଶିଷ କୁମାର ରାୟ, ଜୟ ଜଗନ୍ନାଥ ମଲ୍ଲିକ, ସଂଗୀତା ମହାକୁଡ, ମନୋରଞ୍ଜନ ନାୟକ, ତ୍ରୈଲୋକ୍ୟ ରାୟ, ବିଶ୍ୱବିହାରୀ ରାୟ, ଦୀପକ ମହୁରୀ ପ୍ରମୁଖ ପରି·ଳନା କରିଥିଲେ ।

0
0
0
s2sdefault