ହେଡଲାଇନସ୍:

ଦୁର୍ଘଟଣା ରେ ଆହତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ କଟୁଛି ଯବାନଙ୍କ ଜୀବନ, ଚିକିତ୍ସା ପାଇଁ ଅର୍ଥ ସଜିଛି ବାଧକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଲକାନଗିରି/ ବି ମିନତୀ ପାତ୍ର : ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚାୟତର ଗୁଡନାଡ ଗ୍ରାମର ଯୁବକ ଶ୍ରୀ ରାମସିଙ୍ଗ ବୁରୁଦା ଦେଶ ସେବା ର ମନୋଭାଵ ନେଇ ପୋଲିସ ବିଭାଗରେ ବରଗଡ଼ ଠାରେ ଚାକିରୀ କରୁଥିଲେ l ଦୀର୍ଘ ବର୍ଷ ଧରି ପୋଲିସ ବିଭାଗରେ ନିଜ ଦାୟିତ୍ୱ ସୁଚାର ରୂପେ ତୁଲାଇ ଆସୁଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା ତିନି ବର୍ଷ ତଳେ ଏକ ଦୁର୍ଘଟଣାରେ ଶିକାର ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିଲେ l ପୋଲିସ ବିଭାଗ ତାରଫରୁ ତାଙ୍କର ଚିକିତ୍ସା କରାଯାଇଥିଲା କିନ୍ତୁ ସେ ସମ୍ପୂର୍ଣ ରୂପେ ସୁସ୍ଥ ନ ହେବାରୁ ଚାକିରୀରେ ଯୋଗ ଦେଇପାରିନଥିଲେ l ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ତାଙ୍କୁ ନିଜ ପରିବାର ସଦସ୍ୟ ଘରକୁ ନେଇ ଆସିଥିଲେ l ତାଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ସ୍ୱାମୀଙ୍କ ଅସୁସ୍ଥତା ଯୋଗୁ ଓ ତାଙ୍କ ଚିକିତ୍ସା ପାଇଁ ବହୁ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନ ଥିଲା ସେ ଠିକ ଭାବେ ବସଉଠ କିମ୍ବା କଥାବାର୍ତ୍ତା ହୋଇପାରୁ ନାହାନ୍ତି । ରାମସିଂ ଙ୍କ ଶଯ୍ୟାଶାୟୀ ଯୋଗୁ ପରିବାର ର ଆର୍ଥିକ ସ୍ଥିତି ବିଗିଡିବା ସହ ପାରିବାର ଚଳିବାରେ କଷ୍ଟକର ହୋଇପଡିଥିଲା । ପରେ ତାଙ୍କ ସ୍ତ୍ରୀ ସମାରୀ ବୁରୁଦା ବରଗଡ଼ ପୋଲିସ ବିଭାଗ କୁ ପତ୍ର ଲେଖିବା ଏବଂ ପୋଲିସ ୟୁନିୟନ କୁ ସହାୟତା ପାଇଁ ନିବେଦନ କରିଥିଲେ । ଯା ଫଳରେ ଶ୍ରୀ ରାମସିଂ ବୁରୁଦାଙ୍କ ଦରମା ପୋଲିସ ବିଭାଗ ପକ୍ଷରୁ ରିଲିଜ କରାଯାଇଥିଲା । ବର୍ତ୍ତମାନ ରାମସିଂଙ୍କ ଦରମା ମିଳୁଥିଲେ ମଧ୍ୟ ସେ ଶଯ୍ୟାଶାୟୀ ହୋଇଥିବା ରୁ ତାଙ୍କ ର ସମସ୍ତ ଅର୍ଥ ଚିକିତ୍ସା ରେ ଖର୍ଚ୍ଚ ହେଉଥିବା ତାଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି । ଏ ବିଷୟରେ ଖବର ପାଇ ସ୍ବେଚ୍ଛାସେବୀ ସଂସ୍ଥା (ଅନ୍ତର୍ଜାତୀୟ ମାନବ ଅଧିକାର କମିଶନ ) ମାଲକାନଗିରି ସଦସ୍ୟ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହେବ ସହ ରାମସିଂ ଙ୍କ ଅଧିକ ଚିକିତ୍ସା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ରାମସିଂ ଙ୍କ ବାପା ନିଜପୁତ୍ରର ଏଭଳି ଅଵସ୍ଥାରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ମଧ୍ୟରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ କୁ ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ନିବେଦନ କରିଛନ୍ତି ।

0
0
0
s2sdefault