ହେଡଲାଇନସ୍:

ଜାତୀୟ ସ୍ତରର ଖ୍ୟାତାନାମା ଖେଳାଳୀ ତଥା ଛତିଶଗଡ଼ ଭିଳାଇ ଷ୍ଟିଲ ପ୍ଲାଣ୍ଟର ମୁଖ୍ୟ କୋଚଙ୍କ ଖଡ଼ିଆଳ ହେଲଥ କ୍ଲବ ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ଜାତୀୟ ସ୍ତରର ଖ୍ୟାତାନାମା ଖେଲାଳୀ ତଥା ଛତିସଗଡ ଭିଲାଇ ଷ୍ଟିଲ ପ୍ଲାଣ୍ଟ ର ମୁଖ୍ୟ କୋଚ ଶ୍ରୀ ଅନିରୁଦ୍ଧ ଆଜି ଖଡିଆଳ ର ହେଲଥ କ୍ଲବ ରେ ଯୋଗଦାନ କରିଥିଲେ |କୋଚ ଅନିରୁଦ୍ଧ ଙ୍କ ଗାଁ ବଲାଙ୍ଗିର ଜିଲ୍ଲା ର ବଙ୍ଗୋମୁଣ୍ଡା ହେଇଥିବାବେଳେ ତାଙ୍କ ଶ୍ବଶୁର ଘର ଖଡିଆଳ ରହିଛି,ବାଲ୍ୟକାଳ ରୁ ସେ ଖେଳ ପ୍ରତି ଆଗ୍ରହି ରହିଥିଲେ | ତେଣୁକରି ସେ ଛତିସଗଡ ଭିଲାଇ ରେ ଦୌଡ ଓ ୱାକିଙ୍ଗ ପ୍ରତିଯୋଗିତା ରେ ଖେଳ ଖେଳିବା ର ସୁସୋଗ ପାଇଥିଲେ ଓ ସୌଭାଗ୍ୟ ର କଥା ଭିଲାଇ ଷ୍ଟିଲ ପ୍ଲାଣ୍ଟ ତରଫ ରୁ ଲଗାତାର ୫ ଥର ଗୋଲ୍ଡମେଡାଲ ପାଇ ଭାରତ ର ଗୌରବ ବଢାଇଛନ୍ତି | ତାଙ୍କ ୱାକିଙ୍ଗ ରେକର୍ଡ ଏବେବି ଅପରିହାର୍ଯ୍ୟ ରହିଛି,ଏହା ବ୍ୟତିତ ଇଣ୍ଡିଆ ର ପ୍ରତିନିଧିତ୍ବ କରିବା ପାଇଁ ପେରିସ ରେ ଆୟୋଜିତ ୱାର୍ଲଡ ରେସ ପ୍ରତିଯୋଗିତା ରେ ମଧ୍ୟ ପ୍ରତିନିଧିତ୍ବ କରିବା ର ସୁଯୋଗ ପାଇଛନ୍ତି,ଛତିସଗଡ ଷ୍ଟିଲ ଅଥରିଟି ଅନିରୁଦ୍ଧ କୁ କୋଚିଙ୍ଗ ପାଇଁ ସମସ୍ତ ଖର୍ଚ ବହନ କରି ପଜାଂବ ରାଜ୍ୟ ର ପଟିୟାଲା ଷ୍ପୋର୍ଟସ ହଷ୍ଟେଲ କୁ ପଠେଇଥିଲେ ଓ କୋଚିଂ ଟ୍ରେନିଂ ସମାପ୍ତ କଲାପରେ ଏବେ ଛତିସଗଡ ଷ୍ଟିଲ ପ୍ଲାଣ୍ଟ ର ମୁଖ୍ୟ କୋଚ ଭାବରେ ଅବସ୍ଥାପିତ ଅଛନ୍ତି,ଆଜି ଦଶହରା ଉପଲକ୍ଷେ ତାଙ୍କର ଶ୍ବଶୁର ଘର କୁ ଆସିଥିଲେ | ପ୍ରାତଃ ଜଗିଂଗ ସମୟ ରେ ଖଡିଆଳ ମହାବିଦ୍ୟାଳୟ ପଡିଆରେ ଅଭ୍ୟାସ ପରେ ହେଲଥ କ୍ଲବକୁ ଆସିଥିଲେ | ହେଲଥ କ୍ଲବ ର ମୁଖ୍ୟ ଡ,ପଦ୍ମଲୋଚନ ବର୍ମା ତାଙ୍କୁ ସ୍ବାଗତ କରିଥିବାବେଳେ କୁଲଦିପ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ,ହେଲଥ କ୍ଲବ ରେ ଅଧା ଘଣ୍ଟା ସମୟ ଅତିବାହିତ କରି ଅନ୍ତତଃ ୫ ପ୍ରକାର ବ୍ୟାୟାମ ସମସ୍ତ ଙ୍କୁ ନିହାତି କରିବା କଥା ବୋଲି ପରାମର୍ଶ ଦେଇଥିଲେ,ଏହା ବ୍ୟତିତ ହେଲଥ ଡାଇଟ କିଭଳି କରିବା କଥା ଓ ନିୟମିତ ବ୍ୟାୟାମ ଓ ଉପକାରିତା ଉପରେ ପୁଙ୍ଖାନୁପୁଙ୍କ ଭାବରେ ଅବଗତ କରି ଆଗାମି ଦିନ ରେ ଷ୍ଟିଲ ଅଥିରିଟି ଭିଲାଇ ତରଫ ରୁ ଖଡିଆଳ ରେ ଏକ କେମ୍ପ କରାଯିବ ଓ ୧୭ ବର୍ଷ ରୁ କମ ଯୋଗ୍ୟ ପିଲାକୁ ସିଲେକସନ କରି ତାଙ୍କୁ ଷ୍ଟିଲ ପ୍ଲାଣ୍ଟ ହଷ୍ଟେଲ ରଖିବା ସହ ତାଙ୍କ ଖେଳ ଠାରୁ ନେଇ ଖାଇବା ପିଇବା ସମସ୍ତ ଛତିସହଡ ଷ୍ଟିଲ ପ୍ଲାଣ୍ଟ ବହନ କରିବ ବୋଲି କୋଚ ଅନିରୁଦ୍ଧ ସୁଚନା ଦେଇଛନ୍ତି ।


0
0
0
s2sdefault