ହେଡଲାଇନସ୍:

ରବିବାର ଭୁବନେଶ୍ୱର ଠାରୁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ବାତିଲ ଓ ରାଜଧାନୀ ଏକ୍ସପ୍ରେସ ସମୟ ପରିବର୍ତ୍ତିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗତକାଲି ତୁଣ୍ଡଲା-କାନପୁର ରେଳ ସେକ୍ସନରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ ହେଵା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଯାହାଫଳରେ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବାତିଲ ହୋଇଥିଲାବେଳେ କେତେକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିଥିଲା |
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଅକ୍ଟୋବର 17, 2021 (ରବିବାର) ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା 02819 ଭୁବନେଶ୍ୱର-ଆନନ୍ଦ ବିହାର ଓଡ଼ିଶା ସମ୍ପର୍କ କ୍ରାନ୍ତି ସ୍ପେଶାଲ ବାତିଲ ରହିବ | ଗତକାଲି ନୂଆଦିଲ୍ଲୀରୁ ସଂଯୋଗ କରୁଥିବା ଟ୍ରେନ ବାତିଲ ପାଇଁ ଏହି ବାତିଲ କରାଯାଇଅଛି |
02825 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ 17 ଅକ୍ଟୋବର, 2021 (ରବିବାର) ଦିନ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୩୫ମି. ପରିବର୍ତ୍ତେ ଅପରାହ୍ନ ୦୨ ଘଟିକାରେ ଛାଡିବ |

0
0
0
s2sdefault