ହେଡଲାଇନସ୍:

କାନ୍ଧରେ କାନ୍ଧରେ ମାଆ ନେଲେ ବିଦାୟ, ଅପେକ୍ଷା ପୁଣି ଆର ବରଷକୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସରକାରଙ୍କ କଟକଣା ଭିତରେ ସରିଛି ମାଆ ଜଗତଜନନୀ ଦୁର୍ଗତିନାଶିନୀଙ୍କ ପୂଜାର୍ଚନା | ମାଆ ଦୁର୍ଗା ଙ୍କ ପୂଜା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର | କୋଲାସିଂ ଖରମଙ୍ଗୀ ଗାଁ ବି ପଛରେ ପଡ଼ିନାହିଁ | ଏଠାରେ ପ୍ରାୟ, ଦେଢ଼ ଶହ ବର୍ଷ ଧରି ଚାଲିଛି | ମାଆ ଙ୍କ ପୂଜା ପାର୍ବଣ ଋତୁ ଆସିଲେ ଏହି ଗାଁ ଦୁଇଟି ହୁଏ ଉତ୍ସବ ମୁଖର | କିନ୍ତୁ କୋଭିଡ କଟକଣାକୁ ଧ୍ୟାନ ଦେଇ ସରିଛି ପୂଜା | ଆଜି ମାଆ ଙ୍କ ଭସାଣି ଯାତ୍ରା | ଏ ଗାଁ ର ଦୁର୍ଗା ପୂଜା ଭସାଣି ନିଆରା | ସବୁଠି, ମାଙ୍କ ଭସାଣି ରେ ବିଭିନ୍ନ ସୁଶୋଭିତ ଯାନ ବ୍ୟବହାର ହେଉଥିବା ବେଳେ, ଏଠି ଗାଁ ର ଯୁବକ ମାନେ ମାଙ୍କ ମେଢ଼ କୁ କାନ୍ଧରେ କାନ୍ଧେଇ ନିଅନ୍ତି | ଦଶହରା ପଡିଆକୁ | ସେଠାରେ ମାଙ୍କ କିଛି ସମୟ ବିଶ୍ରାମ ପରେ ନିକଟସ୍ଥ ପୁଷ୍କରୀଣିରେ ମାଙ୍କ ବିସର୍ଜ୍ଜନ ହୁଏ | ଏ ବର୍ଷ ବି ମାଆଙ୍କୁ ସେହିପରି ମା ଙ୍କୁ ଦେଲେ ମେଲାଣି ଦିଆଯାଇଛି |

0
0
0
s2sdefault