ହେଡଲାଇନସ୍:

ରାଜବାଟୀ ଦୂର୍ଗା ଙ୍କ ଦରବାର ରେ ସମର୍ଦ୍ଧିତ ହେଲେ ଦମ୍ପତି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ମହାଦଶମୀ ର ରଣଜିତା ପର୍ବ ଅବସରରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ନଗରବାସୀ ଙ୍କ ତରଫରୁ ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଲଷ୍ମୀନାରାୟନ ଅଗ୍ରୱାଲଙ୍କ ସୁପୁତ୍ର ଅମରଦୀପ ଅଗ୍ରୱାଲ ଓ ପୁତ୍ରବଧୁ ଅନୀତା ଅଗ୍ରୱାଲ ଙ୍କୁ ମହାରାଜା ପ୍ରତାପ କେଶରୀ ସିଂହ ବରିହା ତାଙ୍କ ପୁଅ ଯୁବରାଜ ବିକ୍ରମ କେଶରୀ ସିଂହ ବରିହା ସାନ ଝିଅ ପ୍ରିତିପଦ୍ମା ଦେବୀ, ସାର୍ବଜନୀନ ଦୂର୍ଗାପୂଜା କମିଟି ର କୃଷ୍ଣ ମୋହନ ପଣ୍ଡା ,ସଦାନନ୍ଦ ପୁରୋହିତ, ବେଣୁମାଧବ ଦୋରା , କିଶୋର କୁମାର ମେହେର ,ପୂଜକ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଓପଢୋକନ ଦେଇ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା କମିଟି ସମ୍ମାନିତ କରିଛି । ରାଜବାଟୀର ପୁରୁଣା ଦୂର୍ଗାପୂଜା ମଣ୍ଡପ ୟକୁ ଅମରଦୀପ ନିଜ ଖର୍ଚ୍ଚରେ ଆଧୁନିକ ମଣ୍ଡପର ରୂପ ଦେଇଛନ୍ତି । ଏବର୍ଷ ସମ୍ପୂର୍ଣ୍ଣ ନୂଆ ରୂପରେ ଆଧୁନିକ ମଣ୍ଡପରେ ମାଆ ପୂଜାର୍ଚ୍ଚନା ପାଇଛନ୍ତି ।୧୮୯୫ ମସସିହାରେ ରାଜବୋଡାସମ୍ବର କର୍ତ୍ତା ପଦ୍ମପୁର ଠାରେ ମୁଖ୍ୟାଳୟ ତିଆରି ପାଇଁ ଶୁଭ ଦେଇଥିଲେ ଓ ରାଜବାଟୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୦୫ ରେ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା ଓ ସେ ସମୟରୁ ରାଜ ପରିବାର ଅଧିନରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିଲା । ୧୯୪୭ ସ୍ବାଧୀନତା ପରେ ପରେ ରାଜପରିବାରର କ୍ଷମତା ସଙ୍କୁଚିତ ହେବାରୁ ଦୂର୍ଗାପୂଜା ରେ ମଧ୍ୟ ସମସ୍ୟା ଦେଖାଦେବାରେ ଲାଗିଲା । ପରେ ୧୯୫୨ ବେଳକୁ ରାଜବୋଡାସମ୍ବରର ରାଜମାତା ତଥା ବଡ଼ ମା ଫୁଲମତୀ ଦେବି ପଦ୍ମପୁର ନଗରର ବିଶିଷ୍ଟ ବ୍ଯକ୍ତି ମାନଙ୍କୁ ଡ଼କାଇ ଏକ ବୌଠକ ମାଧ୍ୟମରେ ରାଜବାଟୀ ଦୂର୍ଗାପୂଜା କୁ ଜନସାଧାରଣଙ୍କ ଉଦେଶ୍ଯରେ ଓ ସହଯୋଗରେ ପରିଚିତ କରିବା ପାଇଁ ଘୋଷଣା କରିଥିଲେ । ସହରର ବିଶିଷ୍ଟ ବ୍ଯକ୍ତି ବିଶେଷ ସହଯୋଗ କରି ଦୂର୍ଗାପୂଜା ରେ ଯୋଗଦାନ ଆରମ୍ଭ କରି ସାମିଲ ହୋଇଥିଲେ ପରବର୍ତ୍ତୀ ସମୟରେ ସାର୍ବଜନୀନ ଦୂର୍ଗାପୂଜା ରେ ପରିଣତ ହେଲା ଓ ଶେଷରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଗଠନ ହୋଇ ପୂଜାର୍ଚ୍ଚନା ହେଉଛି ।ବର୍ତ୍ତମାନ ସମୟରେ ସାର୍ବଜନୀନ ଦୂର୍ଗାପୂଜା କମିଟି ପୂଜା ପରିଚାଳନା କରୁଥିଲେ ବି ରାଜବାଟୀ ର ପରମ୍ପରା ,ବିଧି ମୁତାବକ ପୂଜାର୍ଚ୍ଚନା ହେଉଛି । ଆଜି ପୁରୁଣା ମଣ୍ଡପ ବଦଳି ନୂଆରୂପ ନେଇଛି ।ଗଡ଼ଜାତ ର ସର୍ବ ଶ୍ରେଷ୍ଠ ପୂଜା ପରମ୍ପରା ଅନୁସାରେ ଦୂର୍ଗାପୂଜା ପାଳନ ହେଉଥିବା ରୁ ସହରର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ଏକାଠି ଗୋଟିଏ ସ୍ଥାନରେ ଗୋଟିଏ ମଣ୍ଡପ ରେ ପୂଜାର୍ଚ୍ଚନା କରି ଆସୁଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ଏକତାର ପ୍ରତିକ ଏଠି ଅଚଳର ସମସ୍ତ ଜନସାଧାରଣ ଏକାଠି ହୋଇ ଶାନ୍ତି ମନରେ ସାର୍ବଜନୀନ ଦୂର୍ଗାପୂଜା ପାଳନ କରନ୍ତି ବୋଲି ପ୍ରମାଣିତ କରି ଦେଖାଇଛନ୍ତି ସହରର ବିଶିଷ୍ଟ ଶିଳ୍ପପତି ଅମରଦୀପ ଅଗ୍ରୱାଲ ।ରାଜବୋଡାସମ୍ବର ସାର୍ବଜନୀନ ଦୂର୍ଗାପୂଜା ରେ ପୁରୁଣା ମଣ୍ଡପ କୁ ନୂଆ ଆଧୁନିକ ରୂପରେ ନିଜସ୍ଵ ଖର୍ଚ୍ଚ ରେ ସମ୍ପୂର୍ଣ୍ଣ ତିଆରି କରାଇଥିବାରୁ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ଉଦ୍ୟମ କୁ ଜନସାଧାରଣ ପ୍ରଶଂସା କରୁଥିବା ରୁ ଜନସାଧାରଣ ଙ୍କ ତରଫରୁ ସାର୍ବଜନୀନ ଦୂର୍ଗାପୂଜା କମିଟି ସମ୍ମାନୀତ କରିଛି ।

0
0
0
s2sdefault