ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହ ଆଲୁୱାଲିଆଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦୁଝର(ଶାସକ ପ୍ରଶାସକ)  : ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଅକ୍ଟୋବର ୧୫ ତାରିଖ ଶୁକ୍ରବାର ପରଲୋକ ହୋଇଯାଇଛି। ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ଵ ଥିଲେ। ଜୀବନରେ ବହୁ ସଂଗ୍ରାମ ଓ ସଂଘର୍ଷ କରି ନିଜସ୍ୱ ପ୍ରୟାସରେ କେଜେଏସ ଗ୍ରୁପ ପ୍ରତିଷ୍ଠା କରିବା ସହ ସେ ଏହାର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ନିଜର ଇଚ୍ଛାଶକ୍ତି ଓ ତାଙ୍କର ଆନ୍ତରିକ ଉଦ୍ୟମ ଯୋଗୁଁ ସେ ଜଣେ ବୈପ୍ଳବିକ ବ୍ୟକ୍ତିତ୍ଵ ଭାବରେ ସମଗ୍ର ଦେଶରେ ନା କମେଇ ପାରିଥିଲେ। ଓଡିଶାର କେନ୍ଦୁଝର ଜିଲ୍ଲା ବଡବିଲଠାରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୫ ଦଶନ୍ଧି ଧରି ସେ ଦେଶର ବିଭିନ୍ନ ସ୍ଥାନରେ ଲୁହ, ସିମେଣ୍ଟ, କଂକ୍ରିଟ, ନିର୍ମାଣ, ରିଅଲ ଇଷ୍ଟେଟ, ଭିତ୍ତିଭୂମି ନିର୍ମାଣ ଓ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ବ୍ୟବସାୟିକ ପରାକାଷ୍ଠା ପ୍ରତିପାଦିତ କରିପାରିଥିଲେ। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

0
0
0
s2sdefault