ହେଡଲାଇନସ୍:

ଆସିଲା ନୂଆ ଏସଓପି; ଆସନ୍ତା ଦୁଇଦିନ ଶ୍ରୀମନ୍ଦିର ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ ଅନିମେଶ ପଟ୍ଟନାୟକ : କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପାଇଁ ଜାରି ହୋଇଛି ନୂଆ ଏସଓପି । ଆସନ୍ତା ଦୁଇଦିନ ଅର୍ଥାତ ଶୁକ୍ରବାର ଓ ଶନିବାର ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଆସନ୍ତାକାଲି ଦଶହରା ଓ ପହରଦିନ ଗୋସାଣି ଯାତ ପାଇଁ ଦର୍ଶନକୁ ବନ୍ଦ ରଖାଯିବାକୁ ନିଷ୍ପତି ନିଆଯାଇଛି । ଦଶହରାରେ ପୁରାଦିନ ଦର୍ଶନକୁ ବନ୍ଦ ରଖାଯିବାବେଳେ ଶନିବାର ଦିନ ୧୨ଟାରୁ ଦର୍ଶନରେ କଟକଣା ଲଗୁହେବ । ଶୁକ୍ରବାର ଓ ଶନିବାର ଭିଡ଼ ବଢିବା ଆଶଙ୍କା କରି ବନ୍ଦ ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ ପ୍ରକାଶ ।

ସେପଟେ ଅକ୍ଟୋବର ଓ ନଭେମ୍ବର ମାସର ପ୍ରତ୍ୟେକ ରବିବାର ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦିନଗୁଡିକରେ ଶ୍ରୀମନ୍ଦିରକୁ ବିଷୋଧନ କରାଯିବ । ଆହୁରି ମଧ୍ୟ ନଭେମ୍ବର ୪,୧୫,୧୯ ତାରିଖରେ ଅର୍ଥାତ ଦୀପାବଳୀ, ବଡ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣମାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯିବ । ତେବେ ଚଳିତ କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ଖୋଲା ରହିବାକୁ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ପ୍ରବେଶ ନେଇ ପୂର୍ବ ନିୟମାବଳୀ ବଳବତ୍ତର ରହିଛି । ସାଧାରଣ ଭକ୍ତ ମାନେ ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ ଦର୍ଶନ କରିପାରିବେ । କୋଭିଡ ନିୟମ ମାନି ଦୁଇ ଡୋଜ୍ ଟିକା ପ୍ରମାଣ ଅଥବା ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରେ ପଲିଥିନର ବ୍ୟବହାରକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପାନ ଗୁଟୁଖାକୁ ମଧ୍ୟ ବ୍ୟାନ କରାଯାଇଛି । ନିୟମ ନମାନିଲେ ୧୦୦ରୁ ୫୦୦ ଟଙ୍କା ଯାଏଁ ଜୋରିମାନ ଆଦାୟ କରାଯିବାକୁ ସ୍ଥିର କରାଯାଇଛି ।

0
0
0
s2sdefault