ହେଡଲାଇନସ୍:

ଅବ୍ୟବସ୍ଥା ଘେରରେ ସିନାପାଲି ଅବକାରୀ କାର୍ଯ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୫ ବର୍ଷ ହେବ ଭଡାଘରେ ଚାଲିଛି ,ସିନାପାଲି ରେ ଅଫିସ ଖଡିଆଳ ରେ ରହି କରୁଛନ୍ତି ନିୟନ୍ତ୍ରଣ , ଅଭିଯୋଗ ହେଲେ ଲୋକ ଦେଖାଣିଆ ଚଢ଼ାଉ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ସିନାପାଲି ଅବକାରୀ କାର୍ଯ୍ୟାଳୟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ନିଜସ୍ଵ କୋଠା ନ ଥିବାରୁ ଦୀର୍ଘ ୩୫ ବର୍ଷ ହେବ ଭଡ଼ାରେ ଚାଲିଛି। ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଓ ରାଜନୈତିକ ଜନପ୍ରତିନିଧି ଙ୍କ ଇଚ୍ଛା ଶକ୍ତି ର ଅଭାବ ଯୋଗୁଁ ସିନାପାଲି ଅବକାରୀ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହେଉଛି। ଏଠାରେ ସୂଚନଯୋଗ୍ୟଯେ,
ଅବକାରୀ କାର୍ଯ୍ୟାଳୟ ସ୍ଥାପନ ଦୀର୍ଘ ୩୫ ବର୍ଷ ବିତିଯାଇଛି। ହେଲେ କୋଠନିର୍ମାଣ ହେଉନଥିବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଖଡ଼ିଆଳ ସହରରେ ରହୁଛନ୍ତି।କେବେ କାଁ ଭାଁ ଏଠାକୁ ଆସି ଫେରି ଯାଆନ୍ତି। ଯାହାଫଳରେ ବର୍ଷକର ଅଧିକାଂଶ ସମୟ ଅଫିସ ରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ତେବେ ସୁଦୂର ଖଡ଼ିଆଳ ଠାରେ କର୍ମଚାରୀ ମାନେ ରହି କିଭଳି ଭାବରେ ସିନାପାଲି ଅଞ୍ଚଳର ନିଶାକାରବାର ଉପରେ ଅଙ୍କୁଶ ଲଗାଉଥିବେ ତାହା ସ୍ପଷ୍ଟ ଜଣା ପଡେ । ଏଠାରେ ପ୍ରକାଶଯୋଗ୍ୟ ଯେ ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼ ରେ ଅବସ୍ଥିତ। ଏଠାରେ ଛତିଶଗଡ଼ ଅଞ୍ଚଳକୁ ଚୋରାରେ ନିଶାଦ୍ରବ୍ୟ ସମେତ ଅନେକ ପ୍ରକାର ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଛି।କିନ୍ତୁ ଅବକାରୀ ବିଭାଗ ର ଦୁରଦୁଷ୍ଟି ଅଭାବ ଯୋଗୁଁ ବେପାରୀ ମାନେ ମାଲେ ମାଲ ହେଉଛନ୍ତି।ବୋଲି ଜନ ସାଧାରଣ ରେ ମତ ପ୍ରକାଶ ପାଇଛି।ସିନାପାଲି ବ୍ଲକ ର ସିନାପାଲି, ହାତୀବନ୍ଧା ,ଗଣ୍ଡାବାହାଳି, ଟିମନପୁର,ଗୋର୍ଲା,କେନ୍ଦୁମୁଣ୍ଡା, ଧିଙ୍ଗିଆମୁଣ୍ଡା, ଠାରେ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ଥିବା ବେଳେ ସିନାପାଲି ଠାରେ ଗୋଟିଏ ମାତ୍ର ବିଦେଶୀ ମଦ ଦୋକାନ ରହିଛି ।ହେଲେ ଉକ୍ତ ଲାଇସେନ୍ସ ପ୍ରାପ୍ତ ଦୋକାନରୁ ମଦ ନେଇ ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ଛତୁ ଫୁଟିଲା ଭଳି ମଦ କୋଠି ଗଢି ଉଠିଛି ।ବେଆଇନ ମଦ ବିକ୍ରି କୁ ବନ୍ଦ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ,ଯୁବକ ସଂଘ ସମେତ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଚଳାଉ ଥିବା ବେଳେ ଅବକାରୀ ବିଭାଗ ମଦ ବେପାରୀ ମାନଙ୍କୁ ପରୋକ୍ଷ ଭାବରେ ସାହାଯ୍ୟ କରୁଥିବାରୁ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଅବକାରୀ ବିଭାଗ କର୍ମଚାରୀ ମାନେ ମଦ ଭାଟି ମାଲିକ ମାନଙ୍କ ସହିତ ସଲା ସୁତୁରା କରି ବେଶ ମୁନାଫା ଉଠାଇଚାଲିଥିବା ବେଳେ ନିରୀହ ଜନ ସାଧାରଣ ମାନେ ସଚେତନତାର ଅଭାବ ଯୋଗୁଁ ସର୍ବସ୍ୱାନ୍ତ ହେଉଛନ୍ତି।ଅବକାରୀ ଅଧିକାରୀ ମାନେ ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଗୁଡିକୁ ପ୍ରତିମାସରେ ଆସି କିଭଳି ପରିବେଶ ରେ ମଦ ତିଆରି ହେଉଛି ଏପରିକି ମଦର ମାନ କେତେ, ନିଶ।ଯୁକ୍ତ କେତେ ପରିମାଣ ରହିବା କଥା ତାହା ପରଖୁ ନଥିବାରୁ ମଦର ମାନ କୋହଳ କରାଯାଇ ବିକ୍ରି କରାଯାଉଛି। ,ଯାହାଫଳରେ ସାଧାରଣ ଲୋକେ ମଦ୍ୟ ପାନ କରି ଖର୍ଚ୍ଚାନ୍ତ ହେଉଥିବା ଅଂଚଳରେ ବେଶ ଚର୍ଚ୍ଚା ହେଉଛି ।ଯେତେବେଳେ ଅଭିଯୋଗ ହୁଏ ଲୋକ ଦେଖାଣିଆ ଭାବରେ ଚଢ଼ାଉ କରାଯାଇ ଅଭିଯୁକ୍ତ ମାନଙ୍କୁ ମଦର ପରିମାଣ କମ ଦର୍ଶାଇ ମାମଲା ରୁଜୁ କରାଯାଉଛି। ଯାହାଫଳରେ ଗିରଫ ହୋଇଥିବା ବ୍ୟକ୍ତି ତୁରନ୍ତ ଜାମିନ ରେ ଫେରିଆସି ପୁଣିଥରେ ମଦବେପାର କରୁଥିବା ଅଭିଯୋଗ ହେଉଛି। ସିନାପାଲି ରୁ ପ୍ରତି ଦିନ ଛତିଶଗଡ଼ ଅଂଚଳକୁ ଚୋରା ରେ ବିଦେଶୀ ମଦ ମୋଟର ସାଇକେଲ ଓ ଚାରିଚକିଆ ଗାଡ଼ିରେ ଚାଲାଣ ହେଉଛି। ହେଲେ ସବୁ ଜାଣି ଶୁଣି ବିଭାଗୀୟ ଅଧିକାରୀ ମାନେ ଚୁପ୍ ହୋଇ ନୀରବଦ୍ରଷ୍ଟା ସାଜିଥିବା ସାଧାରଣ ରେ ଅଭିଯୋଗ ହେଉଛି। ଅବକାରୀ ଓ ମଦବେପାରୀ ମାନଙ୍କ ସଲାସୁତୁରା ଯୋଗୁଁ ଅନେକ ରାଜସ୍ବ ହାନି ଘଟୁଛି ବୋଲି ବୁଦ୍ଧିଜୀବି ମହଲରେ ବେଶ୍ ଚର୍ଚ୍ଚା ହେଉଛି। ଛତିଶଗଡ଼ ଅଞ୍ଚଳରେ ମଦ ର ଦାମ ଅଧିକ ଥିବା ବେଳେ ଏଠାରେ ୧୦୦ ରୁ୧୨୦ ଟଙ୍କା କମ୍ ରହୁଛି। ଏଣୁ ଏଠାରୁ ନେଇ ସେଠାରେ ଅଧିକ ଦାମ ରେ ବିକ୍ରୀ କରି ବେପାରୀ ମନେ ମାଲେ ମାଲ ହେଉଛନ୍ତି। କିନ୍ତୁ ପ୍ରଶାସନ ଜାଣି ଶୁଣି ଚୁପ୍ ବସିଥିବା ର ଅସଲି ଉଦ୍ଦେଶ୍ୟ କଣ ବୋଲି ମତ ପ୍ରକାଶ ପାଇଛି। ଏଠାରେ ସୂଚନା ଯୋଗ୍ୟ ଯେ,
ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଗୁଡିକ ବର୍ଷକୁ ଥରେ ନବୀକରଣ କରାଯାଏ । ହେଲେ ଏଥିପାଇଁ ସ୍ଥାନୀୟ ଜନସାଧାରଣ କୁ ପ୍ରଥମେ ନୋଟିସ ମାଧ୍ୟମରେ ଜଣାଇ ଦିନ ଧାର୍ଯ୍ୟ କରିବା ନିୟମ ରହିଛି। ଏବଂ ଗ୍ରାମସଭାରେ ସ୍ଥାନୀୟ ଜନସାଧାରଣ ଙ୍କ ମତାମତ ଲୋଡ଼ି ନିଷ୍ପତ୍ତି ନେବା କଥା। ହେଲେ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗ୍ରାମସଭା ଡକାଯାଇ ନାହିଁ। କିମ୍ବା ସ୍ଥାନୀୟ ଜନସାଧାରଣ କୁ ନୋଟିସ ମଧ୍ୟ ଦିଆଯାଉନାହିଁ । କେବଳ ଚିଠି ଧରି କେତେକ ଜନପ୍ରତିନିଧି ମାନଙ୍କ ଦସ୍ତଖତ କରାଇ ନେଇ ସବୁକାମ ଶେଷ କରିଦେଇଥାନ୍ତି । ଫଳରେ ସ୍ଥାନୀୟ ଜନସାଧାରଣ ଜାଣିପାରୁ ନାହାନ୍ତି ବୋଲି ଜନସାଧାରଣ ରେ ଅଭିଯୋଗ ହେଉଛି ।
ସିନାପାଲି ଅବକାରୀ କାର୍ଯ୍ୟାଳୟ ର ନୂତନ କୋଠା ନିର୍ମାଣ ସକାଶେ ଯୁଗେନପଦର ଠାରେ ଜାଗା ଚିହ୍ନଟ ହୋଇଛି ।ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ।ଫଳରେ ଦୀର୍ଘ ବର୍ଷ ହେବ ଭଡାରେ ଚାଲିଛି। ଭଡ଼ା ଦେଇ ରାଜସ୍ୱ ହରାଉଥିବା ନେଇ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅବକାରୀ କାର୍ଯ୍ୟାଳୟ କୋଉଠାରେ ରହିଛି ତାହା ଜନସାଧାରଣ ଙ୍କୁ ଅଦୃଶ୍ୟ ହୋଇ ରହିଯାଇଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସଧାରଣ ରେ ଦାବି ହେଉଛି।

0
0
0
s2sdefault