ହେଡଲାଇନସ୍:

ମଦର ଟେରେସା ସେବା ସଂଗଠନ ,ପକ୍ଷରୁ ଆଜାଦ କି ଅମୃତ ମହୋତ୍ସଵ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଉଦ୍ୟାନବନ୍ଧ ଠାରେ ମଦର ଟେରେସା ସେବା ସଂଗଠନ ପଣ୍ଡରାପଥର ,   ନେହେରୁ ଯୁବା କେନ୍ଦ୍ର ନୂଆପଡା ର ମିଳିତ ଆନୁକୂଲ୍ୟରେ କ୍ଲିନ୍ ଇଣ୍ଡିଆ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଜି। ଆଜାଦ କି ଅମୃତ ମହୋତ୍ସଵ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ରେ ଯୁବକ ମାନେ ଆଗେଇ ଆସି ସଫେଇ କରୁଥିଲେ। ଉଦ୍ୟନବନ୍ଧ ର ଦୁର୍ଗା ମଣ୍ଡପ, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ପରିସର ରେ ପଡି ରହିଥିବା  ଦୀର୍ଘ ଦିନର ସବୁ ଆବର୍ଜନା ମଇଳା ସଫା କରାଯାଇଥିଲା।ସ୍ବେଚ୍ଛାସେବୀ ଜୟରାମ ଅହିର୍, ସମିତି ସଭ୍ୟ ନିମିଚନ ଆହିର, ମଦର ଟେରେସା ର ସମ୍ପାଦକ ଶେଷଦେବ ପ୍ରଧାନୀ, ରଥ ମାଝୀ, ଘନଶ୍ୟାମ ନାୟକ, ମଧୁ ସୁନାନି, ଦିଗମ୍ବର ସଗରିଆ, ନରେଶ ଅହିର, ଥବିର ଶବର ଏବଂ ନେହେରୁ ଯୁବା କେନ୍ଦ୍ର ନୂଆପଡା ର ସ୍ୱେଚ୍ଛସେବକ ହ୍ନେ଼ଇ ନିଆଳ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଯୁବକ ମାନେ ସେବା ଓ ସମର୍ପିତ ଜୀବନ ବିତାଇ ନିଜେ ସଫେଇରେ ଯୋଗ ଦେଇଛନ୍ତି।

0
0
0
s2sdefault