ହେଡଲାଇନସ୍:

ଭଦ୍ରକରେ ପୁରୀ ଜଗନ୍ନାଥଙ୍କ ଜମି ଜବରଦଖଲ ମାମଲା ଅନେକ ;କାର୍ଯ୍ୟାନୁଷ୍ଠାନ ଶୂନ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ ; ଭଦ୍ରକ ଜିଲ୍ଲାରେ ଶ୍ରୀ ଜଗନ୍ନାଥ (ପୁରୀ) ମନ୍ଦିର ଜାଗାକୁ ଅନେକ ପ୍ରଭାବଶାଳୀ ଲୋକେ ମାଡି ବସିଛନ୍ତି । ଏହାକୁ ନେଇ ଅନେକ ଅଭିଯୋଗ ଓ ମାମଲା କୋର୍ଟ ଏବଂ ପୁରୀ ମନ୍ଦିର ପ୍ରଶାସକଙ୍କ ପାଖରେ ପଡିରହିଥିବା ବେଳେ କିଛି ହାତ ଗଣତି ମାମଲାକୁ ସମାଧାନ କରିବାକୁ ଧାଇଁ ଆସୁଛନ୍ତି ପୁରୀ ମନ୍ଦିର ପ୍ରଶାସକ । ହେଲେ ଅନେକ ବିବାଦିତ ଜମି ଏବେବି ବିବାଦରେ ପଡି ରହିଛି ତାକୁ କିଏ ଉଦ୍ଧାର କରିବ ! ନିକଟରେ ରାଣିତାଲ ହାଇସ୍କୁଲ ପାଖରେ ଜଗନ୍ନାଥ ମନ୍ଦିର ଜମି ଜବରଦଖଲ ହୋଇଥିବା ପରେ ମାମଲାର ପ୍ରାଥମିକ ତଦନ୍ତ ହୋଇଛି । ୧୯୫୯ ମସିହାରେ ଏହି ସ୍କୁଲଟି ସ୍ଥାପନ ହୋଇଥିଲା । ଏହି ସ୍କୁଲ ପାଶ୍ୱରେ ଥିବା ଜମି ଗୁଡିକୁ ଜବରଦଖଲ କରାଯାଇଛି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଜମି ବୋଲି ଚିହ୍ନଟ ହୋଇଛି ହେଲେ ଏହି ଜାଗାରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ବଡ ବଡ କୋଠାଘର ନିର୍ମାଣ କରିଥିବା ବେଳେ ସେମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ପୁରୀ ମନ୍ଦିର ପ୍ରଶାସକଙ୍କ ଦରଦ କାହିଁକି? ସେମାନଙ୍କୁ ଚିହ୍ନଟ କରିବା ପରିବର୍ତେ କେବଳ ସେଠାରେ ଥିବା ବରିଷ୍ଠ ନାଗରୀକ ସୁବାଶ ଚନ୍ଦ୍ର ଦାସଙ୍କ ପରିବାର ନାମରେ କିଛି ନ୍ୟାସ୍ତ ସ୍ୱାର୍ଥବାଦୀ ବ୍ୟକ୍ତିମାନେ ବାରମ୍ବାର ଅଭିଯୋଗ ପରେ ଘଟଣାର ତଦନ୍ତ ହୋଇଛି । ପାଖରେ ଅନେକ ଜବରଦଖଲକାରୀ ଠାକୁରଙ୍କ ଜାଗା ମାଡି ବସିଥିବା ବେଳେ କେବଳ ଜଣିଏ ବ୍ୟକ୍ତିଙ୍କ ନାମରେ କାହକିିଁ ଅଭିଯୋଗ ବୋଲି ସାଧାରଣରେ ପ୍ରଶ୍ନବାଚୀ । ଏପରି ଅଭିଯୋଗକୁ ନେଇ ନିକଟରେ ପୁରୀ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଦନ୍ତ କରି େ‘ରି ଯାଇଛନ୍ତି । ତଦନ୍ତ ପରେ ଏଠାରେ ଅନ୍ୟମାନେ ମ୍ମ ଜବରଦଖଲରେ ରହିଥିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୧୧୬୧/୧୩୮ ଏବଂ ଖାତା ଅଧିନ ୫୬୫ନଂ ଖସଡା,୫୬୬,୪୪୧ ଏବଂ ଅନ୍ୟାନ୍ୟ ବୃତିମାନ ଅବସ୍ଥିତ ଅଛି । ହାରାହାରି ୩୦ ରୁ ୪୦ ପରିବାର ଏଠାରେ ଅବସ୍ଥିତ । ସେମାନେ ମ୍ମ ମନ୍ଦିର ପ୍ରଶାସନକୁ ରାଜଭୋଗ ଆଦାୟ ଦେଇ ଏଠାରେ ଜବରଦଖଲରେ ରହି ଆସୁଛନ୍ତି କିନ୍ତୁ କେବଳ ଉଦେ୍ଧଶ୍ୟମୂଳକ ଭାବେ ସେମାନଙ୍କୁ ହୋଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଜଗନ୍ନାଥଙ୍କ ଜମିରେ ଜନୈକ ବ୍ୟକ୍ତି ୧୩ ଶହ ବର୍ଗ‘ୁଟ୍ ର ଏକ ଛାତ ଘର କରି ଦିର୍ଘଦିନ ଧରି ରହି ଆସୁଥିବା ବେଳେ ଅନେକ ପ୍ରଭାବଶାଳୀ ବ୍ୟକ୍ତି (ସେମାନଙ୍କ ମ୍ମରେ ଅନେକ ସରକାରୀ ଚାକିରିରେ ଅଛନ୍ତି ଓ କେତେକ ଅବସର ପାଇ ସାରିଛନ୍ତି) ସେମାନେ ଦିର୍ଘଦିନ ଧରି କୋଠାଘର ନିର୍ମାଣ କରି ଏଠାରେ ରହି ଆସୁଛନ୍ତି କିନ୍ତୁ ସେମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନହେବା ଆଶ୍ଚର୍ଯ୍ୟର ବିଷୟ । ପୁରୀ ମନ୍ଦିର ପ୍ରଶାସନକୁ ୧୯୯୯ ମସିହାରୁ ନିୟମିତ ରାଜଭୋଗ ଦେଇ ରହି ଆସୁଥିବା ଏହି ପରିବାରକୁ ବାରମ୍ବାର ଟାର୍ଗେଟ୍ କରାଯାଉ ଥିବାରୁ ତାଙ୍କ ପରିବାର ଏବେ ମାନସିକ ଚାପରେ ଥିବା ଅଭିଯୋଗ କରିଛନ୍ତି । ଏପରି ଘଟଣାକୁ ନେଇ ପୁରୀ ମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସରଜମୀନ୍ ତଦନ୍ତ ପରେ ନିରପେକ୍ଷ ଭାବରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଜିଲ୍ଲାରେ ଅନ୍ୟ ସ୍ଥାନ ମାନଙ୍କରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହା ଏବେ ଚର୍ଚ୍ଚାର ବିଷୟ ।

 

 

0
0
0
s2sdefault