"ମୋ ସ୍କୁଲ୍ ଅଭିଯାନ'ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ, ୮୮୭ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ

  • ୧୨୩୮ ସ୍କୁଲରେ ନୂଆ ପ୍ରକଳ୍ପ, ଯୋଡ଼ିହେଲେ ଆଉ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ

  • ବାଲେଶ୍ୱର ସର୍ବାଧିକ, ଦ୍ୱିତୀୟ ସ୍ଥାନରେ ଯାଜପୁର

  • ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତ୍ୱରାନ୍ୱିତ ହେବ "ମୋ ସ୍କୁଲ୍' ପ୍ରକଳ୍ପ

  • ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ଦେଲେ ୨ ଲକ୍ଷ ୧୬ ହଜାର ଟଙ୍କା

ଭୁବନେଶ୍ୱର (ଶାସକ ପ୍ରଶାସକ) : "ମୋ ସ୍କୁଲ୍ ଅଭିଯାନ'ର ୨୮ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟରେ ମୋଟ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛିା ଗତ ୧ ମାସ ମଧ୍ୟରେ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତିା ବାଲେଶ୍ୱରରେ ସର୍ବାଧିକ ୧ କୋଟି ୬୧ ଲକ୍ଷ, ଯାଜପୁରରେ ୫୦ ଲକ୍ଷ ୧୦ ହଜାର, କଟକରେ ୨୭ ଲକ୍ଷ ୩୯ ହଜାର, ଭଦ୍ରକରେ ୨୫ ଲକ୍ଷ ୮୭ ହଜାର ଏବଂ ବଲାଙ୍ଗୀରରେ ୨୪ ଲକ୍ଷ ୯୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତିା ଚଳିତ ମାସରେ ବାଲେଶ୍ୱର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ "ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବାବେଳେ କ୍ରମାଗତ ୯ମ ଥର ପାଇଁ ରାଜ୍ୟସ୍ତରରେ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତିା ସେହିଭଳି ଯାଜପୁର ଜିଲ୍ଲା ଏଥର ପ୍ରଥମଥର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଦ୍ୱିତୀୟ ସ୍ଥାନରେ ରହିଛିା ଚଳିତ ମାସରେ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ିହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସହାୟତାର ହାତ ବଢାଇଛନ୍ତିା ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଣ କାର୍ଯ୍ୟକ୍ରମ, ପୋଷ୍ୟ ସ୍କୁଲ୍ ଗ୍ରହଣ କରିଥିବା ବ୍ୟବସ୍ଥାରେ ଅକେଫାବର ସୁଦ୍ଧା ୧୨୭୨ଟି ବିଦ୍ୟାଳୟରେ ମେଣ୍ଟର ଓ ଅଂଶୀଦାରମାନଙ୍କୁ ନେଇ ବୈଠକ କରିବା ପାଇଁ ପ୍ରାରମ୍ଭିକ ଭାବେ ସ୍ଥିର କରାଯାଇଛିା "ମୋ ସ୍କୁଲ' ଅଭିଯାନ କାର୍ଯ୍ୟକ୍ରମରେ ବାକିଥିବା ବିଦ୍ୟାଳୟମାନଙ୍କରେ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତିା
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ "ମୋ ସ୍କୁଲ୍ ଅଭିଯାନ'ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ବିଦ୍ୟାର୍ଥୀ ସଂଯୁକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ଥିବା ସମସ୍ତ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ମୋ ସ୍କୁଲ୍' କାର୍ଯ୍ୟକ୍ରମକୁ ତ୍ୱରାନ୍ୱିିତ କରାଯିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ନିଷ୍ପତ୍ତି ନିଆଯାଇଛିା ନିକଟରେ ଭୁବନେଶ୍ୱରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲାା ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ମୋ ସ୍କୁଲ୍'କୁ ଏକ ସଫଳ ଅଭିଯାନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲୋ ଏହି ଅବସରରେ ବିଜେବିର ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବିକାଶ ପାଇଁ ୨ ଲକ୍ଷ ୧୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ କାର୍ଯ୍ୟର୍ନିବାହୀ ପରିଷଦ ମୋଟ ୬ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର କରିଥିଲୋ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥରେ ବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବା ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସେଠାରେ "ମୋ ସ୍କୁଲ୍' କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲୋ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସହ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲୋ
"୫-"ଟି' ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ'ରେ ଅନ୍ତର୍ଭୁକ୍ତ ହୋଇଥିବା ହାଇସ୍କୁଲ୍ଗୁଡ଼ିକରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ "ମୋ ସ୍କୁଲ୍' ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲାା ରାଜ୍ୟ ସରକାରଙ୍କ "୫ "ଟି'- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ'ର ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଅତିରିକ୍ତ ବଜେଟରେ "ମୋ ସ୍କୁଲ୍'କୁ ୮୮୭ କୋଟି ଟଙ୍କା ପ୍ରଦାନ କରିବାକୁ କାର୍ଯ୍ୟର୍ନିବାହୀ ପରିଷଦ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛିା "ମୋ ସ୍କୁଲ୍ ଅଭିଯାନ' ଅନ୍ତର୍ଗତ ସ୍କୁଲ୍ ଆଡପ୍ସନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିିତ କରିବାକୁ ଚଳିତ ମାସରେ ପୋଷ୍ୟଗୃହୀତ ହୋଇଥିବା ୬୫୩ ବିଦ୍ୟାଳୟରେ ୧୦ ହଜାରରୁ ଉର୍ଧ୍ଵ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲସ୍ତରରେ ଆଲୋଚନା ବୈଠକ କରାଯାଇଛିା
ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍ସି୍ସିଇଆଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, "ମୋ ସ୍କୁଲ' ଉପସ୍ଥିତ ଥିଲୋ

0
0
0
s2sdefault