ହେଡଲାଇନସ୍:

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ସମାଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

" କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ ଫୁଟବଲ୍ ଭଳି ବ୍ୟବହାର କରନ୍ତୁ ନାହିଁ।"

Hybrid physical hearing of cases | Lawyers not consulted, says Supreme Court  Bar Association - The Hindu

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜୁଏଟ୍ ସୁପର ସ୍ପେସିଆଲିଟି (NEET SS) ପରୀକ୍ଷା 2021 ର ଢାଂଚାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଘୋଷଣାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ସମାଲୋଚନା କରିଛନ୍ତି | ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଅକ୍ଟୋବର ୪ ତାରିଖ ସୁଦ୍ଧା ମତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ |
ଏହା ଜେନେରାଲ ମେଡ଼ିସିନ ଡାକ୍ତରମାନଙ୍କୁ କେବଳ ସୁହାଇବା ଉଦ୍ଦେଶ୍ୟ ରଖି ହଠାତ୍ ପରିବର୍ତ୍ତନ କରାଯାଇଛି ବୋଲି ଅଭିଯୋଗ କରି 41 ଜଣ ପିଜି ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ଏହା କହିଛନ୍ତି |୨୦୧୮ରେ ଅନୁଷ୍ଠିତ ପରୀକ୍ଷାରେ 40 ପ୍ରତିଶତ ଜେନେରାଲ ମେଡ଼ିସିନରୁ ଓ ୬୦ ପ୍ରତିଶତ ସୁପର ସ୍ପେସିଆଲିଟିରୁ ପ୍ରଶ୍ନ ଆସିଥିଲା | ହେଲେ ଏଥର କିନ୍ତୁ ସମସ୍ତ ପ୍ରଶ୍ନ ଜେନେରାଲ ମେଡ଼ିସିନରୁ ଯେବେ ବୋଲି ନିଷ୍ପତ୍ତି ନିଆଯାଇଛି, ଯାହାକି କେବଳ ଜେନେରାଲ ମେଡ଼ିସିନ ଡାକ୍ତରମାନଙ୍କୁ ସୁହାଇବା ବୋଲି ସେମାନେ ଅଭିଯୋଗ କରିଛନ୍ତି |
ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍  ବି.ଭି ନାଗରାଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ପରୀକ୍ଷା ସିଲାବସ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ହଡବଡ଼ି ବା ବ୍ୟଗ୍ରତାକୁ ବେଞ୍ଚ ପ୍ରଶ୍ନ କରିଛନ୍ତି |
"କ୍ଷମତା ଖେଳରେ ଏହି ଯୁବ ଡାକ୍ତରମାନଙ୍କୁ ଫୁଟବଲ୍ ଭଳି ବ୍ୟବହାର କର ନାହିଁ .....ଆମେ ଏହି ଡାକ୍ତରମାନଙ୍କୁ ଅଣସମ୍ବେଦନଶୀଳ ଅମଲାତନ୍ତ୍ରଙ୍କ ଦୟାରେ ରଖି ପାରିବୁ ନାହିଁ ... ଆପଣଙ୍କ ଘରକୁ ସଜାଡନ୍ତୁ ... କେବଳ କାହାର କ୍ଷମତା ଅଛି ବୋଲି କୌଣସି ପ୍ରକାରେ କ୍ଷମତାକୁ ଏପରି ବ୍ୟବହାର କରିପାରିବେ ନାହିଁ ବୋଲି ଜଷ୍ଟିସ ନାଗରଥନା କହିଛନ୍ତି।

0
0
0
s2sdefault