ପାଟଣାଗଡ଼ରେ ମିଳିତ ଚାଷୀ ସଂଗଠନ,କଂଗ୍ରେସ ପକ୍ଷରୁ ପିକେଟିଂକରି ବିକ୍ଷୋଭ ପ୍ରଦର୍ଶନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

"ମିଳିତ କୃଷକ ସଂଗଠନର ଭାରତ ବନ୍ଦ ଡାକରା"

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସମେତ ସଦର ମହକୁମାରେ ବନ୍ଦର ପ୍ରଭାବ ପ୍ରବଳ ମାତ୍ରାରେ ପଡିଥିବାର ଦେଖିବାକୁ ମିଳିଛି | ଆଜିର ଏହି ବନ୍ଦ ପାଳନକୁ ସମର୍ଥନ କରି ପାଟଣାଗଡ଼ର ବିଭିନ୍ନ କୃଷକ ସଂଗଠନ ଓ କଂଗ୍ରେସ ଦଳ କର୍ମୀମାନେ ଏକତ୍ରିତ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ସହରର ବିଭିନ୍ନ ସ୍ଥାନ ମାନଙ୍କରେ ଗ୍ରୁପ ଗ୍ରୁପ ହୋଇ ପେକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ତିନୋଟି ପାରିତ କୃଷି ବିଲ ଆଗକୁ ପ୍ରତ୍ୟାହାର କରିବା | ସେହିପରି ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଘୋଷଣା କରାଯାଉ,ଛାତ୍ର ଛାତ୍ରୀଙ୍କର ସ୍କୁଲ ଫି ଓ ଅନ୍ୟାନ୍ୟ ଫି ଛାଡ କରାଯାଉ,ଚାଷୀ ଭାଇ ମାନଙ୍କର ବିଦ୍ୟୁତ ବିଲ୍ ସମ୍ପୂର୍ଣ୍ଣ ଛାଡ଼ କରାଯାଉ,ଜଳସେଚନ ବ୍ୟବସ୍ଥା କରାଯାଉ,ପ୍ରତି ଚାଷୀ ପରିବାରକୁ ମାସିକ ଦଶ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉ,ଚାଷୀ ଋଣ ଛାଡ କରିବା ଆଦି ଦାବୀ ନେଇ ନାରାବାଜି ଦେବା ସହ ବାଇକରେ ରେଲି କାଯ୍ୟକ୍ରମ କରାଯାଇଥିଲା | ତେବେ,ବଲାଙ୍ଗିର ଜୟକିସାନ କୃଷକ ଆନ୍ଦୋଳନର ପ୍ରବକ୍ତା ଗିରିରାଜ ଭୋଇଙ୍କ ତତ୍ଵାବଧାନରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଆହୁରି ମଧ୍ୟ,ଜୟ କିସାନ ଆନ୍ଦୋଳନର ବ୍ଳକ ସଂଯୋଜକ ଅଭିଳାଷ ଭୋଇ, ଜିଲ୍ଲା କୃଷକ ମହାସଂଘର କୃଷ୍ଣଚନ୍ଦ୍ର ବନଛୋର,ଜିଲ୍ଲା କୃଷକ ମହାସଂଘର ବ୍ଳକ ସଭାପତି ରଞ୍ଜିତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସେହିପରି ପାଟଣାଗଡ଼ କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ତଥା ପାଟଣାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପୁରୋହିତଙ୍କ ନେତୃତ୍ବରେ ଭାରତ ବନ୍ଦ ଡାକରାକୁ କସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |

0
0
0
s2sdefault