ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ଦିବସ ପାଳନ କାର୍ଯ୍ୟକ୍ରମରେ କେଁ : ଆନ୍ଦୋଳନକାରୀ ୧୦ ଛାତ୍ର ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

13-07-18-nou.jpg - 95.66 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରର ତଖତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକବିଂଶତମ ପ୍ରତିଷ୍ଠା ଦିବସ ଶେଷରେ ବାତିଲ ହୋଇଛି । ବିଶ୍ୱବିଦ୍ୟାଳୟର ସମସ୍ୟା ପୂରଣ ଦାବିରେ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଚେତାବନୀକୁ ଅଣଦେଖା  କରି କୁଳପତି ପ୍ରଦୀପ ଚାନ୍ଦ ପ୍ରତିଷ୍ଠା ଦିବସ ପାଳନ କରିବାର ଉଦ୍ୟମ ଶେଷରେ ଫସରଫାଟି ଯାଇଥିବାର ପରିଲକ୍ଷିତ ହୋଇଛି ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆଡ଼ମ୍ବର ପୂର୍ଣ୍ଣ ପ୍ରତିଷ୍ଠା ଦିବସ ପାଳନକୁ ବିରୋଧ କରି ଫାଟକ ସମ୍ମୁଖରେ ଆରମ୍ଭ ହୋଇଥିବା ଛାତ୍ର ଆନେ୍ଦାଳନକାରୀମାନଙ୍କ ମଧ୍ୟରୁ ପ୍ରାୟ ୧୦ରୁ ଅଧିକ ଛାତ୍ରଙ୍କୁ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁଲାଇ ୧୩ରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ, ଭୂବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତି ବିଜ୍ଞାନ ଅଧୀନରେ ଥିବା ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ  ପଦ୍ମଶ୍ରୀ ଡ଼କ୍ଟର ଜୟ ପରିଡ଼ା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟର ପରିସରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥାୟୀ ସମାଧାନ, ଖାଲି ପଡ଼ି ରହିଆସିଥିବା ଅଣଶିକ୍ଷା କର୍ମଚାରୀ ପଦବୀକୁ ତୁରନ୍ତ ପୂରଣ କରାଯିବା, ଛାତ୍ରୀନିବାସଗୁଡ଼ିକରେ ଅନ୍ତେବାସିନୀମାନଙ୍କୁ ସୁରକ୍ଷା ଦେବା, ବିଶ୍ୱବିଦ୍ୟାଳୟ ପରିସରରେ ଫାଣ୍ଡି ପ୍ରତିଷ୍ଠା  କରାଯିବା, ରାସ୍ତା ମରାମତି କରାଯିବା, ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା, ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବାଇକ ଷ୍ଟାଣ୍ଡର ନିର୍ମାଣ, ମହାରାଜାଙ୍କ ପ୍ରତିମୂର୍ତ୍ତି ଚତୁର୍ପାଶ୍ୱରେ ସୌନ୍ଦର୍ଯ୍ୟୀକରଣ, ଛାତ୍ରୀମାନଙ୍କ ନିମନ୍ତେ ବ୍ୟାୟାମଶାଳା ନିର୍ମାଣ ଆଦି ଦାବି ପୂରଣ ନିମନ୍ତେ ଛାତ୍ର ସଂସଦ ସଭାପତି ତୁଷାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି କୁଳପତି ଥ୍ରୀଚାନ୍ଦକୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଦାବି ପୂରଣ କରାନଗଲେ ପ୍ରତିଷ୍ଠା  ଦିବସ ପାଳନକୁ ବିରୋଧ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ମାତ୍ର କୁଳପତି ଛାତ୍ରସଂସଦକୁ ଗୁରୁତ୍ୱ ନ ଦେଇ ଓ ସେମାନଙ୍କ ସହିତ କୌଣସି ଆଲୋଚନା ନ କରି ଜୁଲାଇ ୧୩ରେ ପ୍ରତିଷ୍ଠା  ଦିବସ ପାଳନ କରିବାକୁ ଯାଉଥିଲେ । ଫଳରେ ବିଶ୍ୱବିଦ୍ୟାଳୟର ଫାଟକ ସମ୍ମୁଖରେ ଛାତ୍ର ସଂସଦ ସଭାପତି ତୁଷାର ନାୟକଙ୍କ ନେତୃତ୍ୱରେ ଛାତ୍ରନେତା ଓ ସମର୍ଥକମାନେ ଧାରଣାରେ ବସିଥିଲେ । ଉକ୍ତ ଆନେ୍ଦାଳନକାରୀ ଛାତ୍ରମାନଙ୍କୁ ହଟାଇବା ନିମନ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସର ସହାୟତା ନେଇଥିଲେ । ପୁଲିସ ଏମାନଙ୍କ ମଧ୍ୟରେ ୧୦ ଜଣକୁ ଅଟକ ରଖିଥିଲେ ଏବଂ ପରବର୍ତ୍ତି ସମୟରେ କୁଳପତି ଶ୍ରୀଚାନ୍ଦଙ୍କ ଲିଖିତ ଅନୁରୋଧ କ୍ରମେ ଅଟକ ଥିବା ୧୦ ଛାତ୍ରଙ୍କୁ ପୁଲିସ ଛାଡ଼ି ଦେଇଥିଲା । ତେବେ ଖବର ଲେଖାଯିବା ପ୍ରତିଷ୍ଠା  ଦିବସ ପାଳନର କାର୍ଯ୍ୟକ୍ରମ ଆରମ୍ଭ ହୋଇପାରି ନ ଥିଲା । 

ପ୍ରତିଷ୍ଠା ଦିବସରେ ଯୁଦ୍ର ଓ ମଧ୍ୟମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ପାଳନର କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ବିଭିନ୍ନ ବୈଦ୍ୟୁତିକ  ଓ ଛପା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବାଛିବାଛି କେତେକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏଥିରୁ ବାଦ ଦିଆଯାଇଥିବାର ପରିଲକ୍ଷିତ ହୋଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥି ନିମନ୍ତେ ସମାଜର ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ।

 

0
0
0
s2sdefault