ହେଡଲାଇନସ୍:

କଂଗ୍ରେସ ଛାଡିଥିବା ଦୁଷ୍ମନ୍ତ ବିଜେଡିରେ ମିଶିଲେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ ସରପଞ୍ଚ, ଦୁଇଜଣ ପୂର୍ବତନ ସମିତି ସଭ୍ୟ ବି ଯୋଗ ଦେଲେ 

13-07-18-dusmanta.jpg - 70.57 kB

ଭୁବନେଶ୍ୱର:  ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଭବାନୀପାଟଣା ଅଧ୍ୟକ୍ଷା ସୁକାନ୍ତି ବେହେରାଙ୍କ ସହ ୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ ସରପଞ୍ଚ, ଦୁଇଜଣ ପୂର୍ବତନ ସମିତି ସଭ୍ୟ, ଭବାନୀପାଟଣା ପୌରପରିଷଦ ପୂର୍ବତନ ଅଧ୍ୟକ୍ଷା ଲଳିତା ନାଏକ, କେସିଙ୍ଗା ଏନ୍‍ଏସିର ବହୁ କାଉନ୍‍ସିଲର, ପୂର୍ବତନ କାଉନ୍‍ସିଲର, ନଗର କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ହଜାରରୁ ଉର୍ଧ୍ଵ  କଂଗ୍ରେସ କର୍ମୀଙ୍କୁ ଧରି ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହି ଯୋଗଦାନ ଫଳରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି  ସେମାନେ ଯୋଗ ଦେଇଥିବା କୁହ ଯାଇଛି |  ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ନାୟକ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଷ୍ମନ୍ତ ଜଣେ ପୂର୍ବତନ ବିଧାୟକ ଏବଂ ଭଲ ସଂଗଠକ । ଦୁଷ୍ମନ୍ତଙ୍କ ସହ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦେବା ଫଳରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ଆମ ଦଳ ଆହୁରି ଶକ୍ତିଶାଳୀ ହେବା ସହ ସୁଦୃଢ଼ ହୋଇପାରିବ ।

ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ନାୟକ କହିଥିଲେ ଆମ ଜିଲ୍ଲାରେ ଯେଉଁ ବିକାଶ ହୋଇଛି, ତାହା କେବଳ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଯୋଗୁ ସମ୍ଭବ ହୋଇପାରିଛି । କଳାହାଣ୍ଡି ଜିଲ୍ଲା ରାଜ୍ୟରେ ଏକ ନମ୍ବର ହେବ ବୋଲି ବିଜୁ ଜନତା ଦଳ ସଂଗଠିତ ହୋଇ କାମ କରିକି ଦେଖେଇଛି ଏବଂ ଆଗକୁ କରିକି ଦେଖାଇବ ବୋଲି ମୋର ଆଶା । ମୁଁ ବହୁଦିନରୁ କଂଗ୍ରେସରେ ଥିଲି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଆଜି ମୋର ହଜାର ହଜାର ସମର୍ଥକଙ୍କୁ ଧରି ବିଜୁ ଜନତା ଦଳରେ ଯୋଗଦେଇଛି ।

ରାଜ୍ୟ କାର୍ଯ୍ୟାଳୟରେ  ଏହି ଯୋଗଦାନ ଉତ୍ସବରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ସଭାପତି ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ଅନାମ ନାଏକ, ବଳଭଦ୍ର ମାଝୀ, ଦିବ୍ୟଶଙ୍କର ମିଶ୍ର, ଧନେଶ୍ୱର ମାଝୀ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଜିଲ୍ଲା କର୍ମକର୍ତ୍ତା ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ମୁଣ୍ଡ୍‍, ଜିତେନ୍ଦ୍ର ମହାନ୍ତି, ପ୍ରବୋଧ ରଥ, ଆଦିତ୍ୟ ନନ୍ଦ, ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault