ହେଡଲାଇନସ୍:

ରାଜ୍ୟପାଳ ଟ୍ରପିଂ ପାଇଁ ପ୍ରତିଯୋଗିତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 


ଯାଜପୁର(ଜୟଶଙ୍କର ଦାଶ:    ରାଜ୍ୟପାଳଙ୍କ ଟ୍ରପିଂ ୨୦୧୭-୧୮ ବର୍ଷ ପାଇଁ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଅଚ୍ଥି ।  ଚିତ୍ରକଳା, ଓଡିଶୀ  ନୃତ୍ୟ, ଲୋକ ନୃତ୍ୟ, କଣ୍ଠ ସ୍ୱର ଏହିଭଳି ୪ ଗୋଟି ବିଭାଗରେ ପ୍ରତିଯୋଗିତା କରାଯିବ ।  ଅଷ୍ଟମ ରୁ ଦଶମ ଶ୍ରେଣୀ ‘କ’ ଓ ପଞ୍ଚମ ରୁ ସପ୍ତମ ଶ୍ରେଣୀ ‘ଖ’  ବର୍ଗ ଭାବେ ବିବେଚନା କରାଯାଇ ଏହି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ  ହେବ ।  ବ୍ଳ୍କ ସ୍ତରରେ ପ୍ରତିଯୋଗିତା ମାଧ୍ୟମରେ ଶ୍ରେଷ୍ଠ  ପ୍ରତିଯୋଗିଙ୍କୁ ଚୟନ କରାଯାଇ ଜିଲ୍ଳ୍ା ସ୍ତରକୁ ପ୍ରେରଣ କରାଯିବ ।  ଜିଲ୍ଳ୍ା ସ୍ତରର ପ୍ରଥମ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ ।  ବ୍ଳ୍କ ଓ  ପୈାରାଞ୍ଚଳ ସ୍ତରର ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ଓ ଜିଲ୍ଳ୍ା ସ୍ତରରେ ଜୁଲାଇ ୨୭ ତାରିଖରେ ଗୈାତମ  ବୁଦ୍ଧ ସଂସ୍କୃତି ଭବନ  ଠାରେ ଅନୁଷ୍ଠିତ   ହେବ ।  ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଗଷ୍ଟ ୨୦ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ  ହେବ ।  କୈାଣସି ପ୍ରତିଯୋଗୀ ପୂର୍ବରୁ ରାଜ୍ୟପାଳ ଟ୍ରପଂରେ ପୁରସ୍କୃତ ହୋଇଥିଲେ ସେମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ ନାହିଁ ।  ଆଗ୍ରହୀ ଓ ଉପଯୁକ୍ତ ପ୍ରତିଯୋଗୀ ମାନେ ଏ ସଂପର୍କରେ ବ୍ଳ୍କ ଶିକ୍ଷା ଅଧିକାରୀ ଓ  ଗୋଷ୍ଠୀ  ଉନ୍ନୟନ ଅଧିକାରୀ ପୈାର ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ।  ଏ ସଂପର୍କରେ ସମସ୍ତ ଗୋଷ୍ଠୀ                                                                                                                                                                                                                                                             ଉନ୍ନୟନ  ଅଧିକାରୀ ଓ ପୈାର ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲା  କାର୍ଯ୍ୟାଳୟ ପକ୍ଷରୁ ଅବଗତ କରାଯାଇଅଚ୍ଥି ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଚ୍ଥନ୍ତି

0
0
0
s2sdefault