ହେଡଲାଇନସ୍:

 ପୁଣି ଥରେ ସାଲିମାର-ଭଞ୍ଜପୁର ମଧ୍ୟରେ ଅଗଷ୍ଟ ୩ରୁ ଚାଲିବ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ମୁକାବିଲା ନିମନ୍ତେ ଗତ ୨୦୨୦ ମାର୍ଚ୍ଚରୁ ବନ୍ଦ ହୋଇଥିବା ସାଲିମାର –ଭଞ୍ଜପୁର ଏକ୍ସପ୍ରେସ ଟ୍ରେନ ପୁଣି ଥରେ ଚଳାଚଳ ଆରମ୍ଭ କରିବ । ଉକ୍ତ ୦୮୦୦୭ ଆପ୍ ସାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନଟି  ଆସନ୍ତା ଅଗଷ୍ଟ ୩ ମଙ୍ଗଳବାର ଅପରାହ୍ନ ୪.୨୫ ମିନିଟ ସମୟରେ ସାଲିମାର ଷ୍ଟେସନରୁ ତାର ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିବ । ଟ୍ରେନଟି ପଶ୍ଚିମବଙ୍ଗର ସାନ୍ତରାଗାଛି, ବାଗନାନ, ପାଁନଶକୁଡ଼ା, ଖଡ଼ଗପୁର, ବେଲଦା, ଓଡ଼ିଶାର ଜଳେଶ୍ୱର, ବସ୍ତା, ରୁପ୍ସା, ଯୁଗପୁରା, ବେତନଟୀ, କୃଷ୍ଣଚନ୍ଦ୍ରପୁର, ଜାମଶୋଳ, ବାରିପଦା ଷ୍ଟେସନ ହୋଇ ରାତି ୯.୩୦ ମିନିଟରେ ଭଞ୍ଜପୁର ଷ୍ଟେସନରେ ପହଁଞ୍ଚିବ ଏବଂ ୦୮୦୦୮ ଡାଉନ ଭଞ୍ଜପୁର-ସାଲିମାର ସାପ୍ତାହିକ ଏକ୍ସପ୍ରେସ ଟ୍ରେନଟି ବୁଧବାର ସକାଳ ୬.୧୫ ମିନିଟରେ ଭଞ୍ଜପୁର ଷ୍ଟେସନରୁ ଛାଡ଼ି ବାରିପଦା, ଜାମଶୋଳ, କୃଷ୍ଣଚନ୍ଦ୍ରପୁର, ବେତନଟୀ, ଯୁଗପୁରା, ରୁପ୍ସା, ବସ୍ତା, ଜଳେଶ୍ୱର, ବେଲଦା, ଖଡ଼ଗପୁର, ପାଁନଶକୁଡ଼ା, ବାଗନାନ, ସାନ୍ତରାଗାଛି ଷ୍ଟେସନ ହୋଇ ମଧ୍ୟାହ୍ନ ୧୨.୧୫ରେ ସାଲିମାର ଷ୍ଟେସନରେ ପହଁଞ୍ଚିବ । ଉକ୍ତ ୦୮୦୦୭ ଆପ୍ ସାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନଟି  ପ୍ରତ୍ୟେକ ସପ୍ତାହର ସୋମବାର, ମଙ୍ଗଳବାର ଓ ବୁଧବାର ଅପରାହ୍ନ ୪.୨୫ ମିନିଟ ସମୟରେ ସାଲିମାର ଷ୍ଟେସନରୁ ଏବଂ ୦୮୦୦୮ ଡାଉନ ଭଞ୍ଜପୁର-ସାଲିମାର ସାପ୍ତାହିକ ଏକ୍ସପ୍ରେସ ଟ୍ରେନଟି ପ୍ରତ୍ୟେକ ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଭଞ୍ଜପୁର ଷ୍ଟେସନରୁ ଛାଡ଼ିବ । ଏଥି ନିମନ୍ତେ ଦକ୍ଷିଣ-ପୂର୍ବ ରେଳପଥର କୋଲକାତା ଗାଡେର଼୍ନରିଚ କାର୍ଯ୍ୟାଳୟ ପକ୍ଷରୁ ମେମୋ.ନଂ.- ଟି/୯୫/୫୧/ସ୍ପେଶାଲ ଟ୍ରେନ/୨୦ / ୩୦.୦୭.୨୦୨୧ରେ ଏକ ଆଦେଶନାମା ଜାରି କରାଯାଇଛି । ଏଥି ସହିତ ଉକ୍ତ ସାଲିମାର-ଭଞ୍ଜପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ପରବର୍ତ୍ତି ଆଦେଶନାମା ଜାରି ହେବା ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଉଲ୍ଲେଖ ରହିଛି । 

 

0
0
0
s2sdefault