ହେଡଲାଇନସ୍:

ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ,  ଭୁବନେଶ୍ୱର କଟକ ପୁରୀରେ ସପ୍ତାହାନ୍ତ ସଟ ଡାଉନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ୩୦ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ  ହେଲେବି  କେତେକ ଜିଲ୍ଲାରେ ଚିନ୍ତାଜନକ | ତେଣୁ ସଂପୂଣ୍ଣ କଟକଣା ମୁକ୍ତ ହୋଇଗଲେ ଆମ ପାଇଁ କିଛି ବିପଦର ଆଶଙ୍କା ରହିଛି | ଜୀବନ ଜୀବିକା ମଧ୍ୟରେ ସନ୍ତୁଳନ ରଖି କିଛିଟା କଟକଣା କୋହଳ କରାଯାଇଛି | ତେଣୁ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଆମକୁ ସତର୍କ ରହିବାକୁ ପଡିବ | ତେଣୁ  ତୃତୀୟ ଲହରକୁ ଆଖିରେ ରଖି ଅଗଷ୍ଟମାସ ପାଇଁ ନିର୍ଦ୍ଦେଶ ବଳି ଜାରି ରଖିଛନ୍ତି | ଅଗଷ୍ଟ ୧ରୁ ସକାଳ ୬ ରୁ ସେପ୍ଟେମ୍ବର ୧ ସକାଳ ୬ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ ରାତି ୮ଟାରୁ ସକାଳ ୬ ଯାଏ | ଭୁବନେଶ୍ୱର କଟକ ପୁରୀରେ ସପ୍ତାହାନ୍ତ ସଟ ଡାଉନ ବଳବତ୍ତର ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି | 

 ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ |  ଦୋକାନ ବଜାର ମଲ ସକାଳ ୬ ରୁ ରାତି ୮ ପର୍ଯ୍ୟନ୍ତ  ଖୋଲା ରହିବ | ହେଲେ ଭୁବନେଶ୍ୱର, କଟକ  ପୁରୀରେ ସପ୍ତାହାନ୍ତ ସଟ ଡାଉନ ଲାଗୁ ହେବ |  ସବୁ ପ୍ରକାର ସମାବେଶ, ବୈଠକ, ମେଳା ମହୋତ୍ସବ ପାଇଁ ଅନୁମତି ନାହିଁ | ଯାତ୍ରା, ମଂଚ, ଅପେରା. ସିନେମା ହଲ ଆଦି ୫୦ % କ୍ଷମତାରେ ଚାଲିବ |  ସୀମିତ ସଂଖ୍ୟକ ଗ୍ରାହକଙ୍କୁ ରାଜ୍ୟରେ ସମସ୍ତ ମଲ ଖୋଲିବ।। ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ। ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ ଖୋଲିପାରିବ। ହଲ ଓ ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ପ୍ରମାଣପତ୍ର ଜରୁରୀ।

ରାଜ୍ୟରେ ଭିତରେ ବସ ଚାଲୁ ରହିବ। ଧାର୍ମିକ ପୀଠ ଖୋଲିବା ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ। ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା କଟକଣା ଜାରି ରହିବ। ନନ୍ଦନକାନନ, ଇଣ୍ଡୋର ଓ ୱାଟର ପାର୍କ ଆଦି ଖୋଲା ଯାଇପାରିବ।

ସମସ୍ତ ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି। ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି। ଏଥିସହିତ ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କରୋନାର ସମସ୍ତ ଗାଇଡଲାଇନ୍ ପାଳନ କରିବେ। ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ।

 

କଣ ରହିବ ଲକ ଡାଉନ ବା ଅନଲକ ର ସ୍ୱରୂପ : ରାଜ୍ୟରେ କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ସ୍ବତନ୍ତ୍ର ରିଲିଫ କମିଶନର କଣ କହୁଛନ୍ତି ଶୁଣନ୍ତୁ 

0
0
0
s2sdefault