ହେଡଲାଇନସ୍:

 ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ , ତୃଣମୂଳ ସଙ୍ଗଠନ ମଜଭୁତ କରିବା ଉପରେ ଗୁରୁତ୍ବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦଳର ଏକ ଶୃଙ୍ଖଳିତ ସଦସ୍ୟ ଭାବେ ଲୋକଙ୍କ ସହ ସର୍ବଦା ରହିବାକୁ ବବିଙ୍କ ଆହ୍ବାନ 

ଭୁବନେଶ୍ୱର(ଚକ୍ରଧର ମାଝି)  ବିଜୁ ମହିଳା ଜନତା ଦଳ ର ଏକ ସାଙ୍ଗଠନିକ ସଭାରେ ସମସ୍ତ ନୂତନ ନିଯୁକ୍ତ ରାଜ୍ୟ କର୍ମକର୍ତା ମାନଙ୍କୁ ନେଇ, ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତି ସ୍ମେହାଙ୍ଗିଂନୀ ଛୁରିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥଲା। ଓଡ଼ିଶା ଅସଂଖ୍ୟ ଜନସାଧାରଣ ବିଶେଷ କରି ଗରିବ, ଦଳିତ, ଅବହେଳିତ, ନିଷ୍ପେଷିତ ଜନସାଧାରଣଙ୍କ ସେବା, ବିଶେଷ କରି ମହିଳା ମାନଙ୍କର ସାମଗ୍ରିକ ବିକାଶ ଉପରେ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ସେହି ଆଭିମୁଖ୍ୟକୁ , ବିଜୁ ମହିଳା ସଂଗଠନ କିପରି କାର୍ଯ୍ୟରେ ପରିଣତ କରିବାଯିବ ସେ ଦିଗରେ ଯତ୍ନବାନ ହେବା ର ଆବଶ୍ୟକତା ରହିଛି, ବୋଲି ସଭାପତି ଶ୍ରୀମତୀ ସ୍ନେହାଗିନୀ ଛୁରିଆ  ସମସ୍ତ ରାଜ୍ୟ ନେତୃମଣ୍ଡଳୀ ଙ୍କୁ ଉଦବୋଧନ ଦେଇଥିଲେ । ମହିଳା ମାନକର ଉତ୍ସର୍ଗୀକୃତ ସେବା ମନୋଭାବ ଏବଂ ପରିଶ୍ରମ ପାଇଁ ମୁଖ୍ୟମନ୍ତ୍ରୀ ସମଗ୍ର ମହିଳା ନେତୃମଣ୍ଡଳୀ କୁଁ ଧନ୍ୟବାଦ ଦେଇଛନ୍ତି ବୋଲି ଅବଗତ କରିଥିଲେ। 

ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦ୍ରାସ ଯୋଗ ଦେଇ ସମସ୍ତ ନୂତନ ନିଯୁକ୍ତ କର୍ମକର୍ତା ଙ୍କୁ ଶୁଭେଚ୍ଛା ତଥା ଅଭିବାଦନ ଜ୍ଞାପନ ରୂପକ ଦଳ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନିମନ୍ତେ କୃତଜ୍ଞତା ପ୍ରକାଶ କରିଥିଲେ। ବିଜୁ ଜନତା ଦଳ ଏକ ଦାୟୀତ୍ବବାନ ଶୃଙ୍ଖଳିତ ରାଜନୈତିକ ଦଳ । ଏଣୁ ଏହି ଦଳର ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ ଆମର କର୍ତ୍ତବ୍ୟ  ହେଉଛି ଲୋକଙ୍କ ସହ ସର୍ବଦା ରହିବା ବିଜୁ ଜନତା ଦଳର ସମସ୍ତ ଜନହିତୈଶି ଯୋଜନା ଅଣୁ ଯୋଜନାକୁ ତୃଣମୂଳ ସ୍ଥରରେ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା କୁ ପ୍ରତ୍ୟେକ  ସଦସ୍ୟ ତପତ୍ପରତାର ସହ କାର୍ଯ୍ୟ କରନ୍ତୁ ବୋଲି ମତ ପୋଷଣ କରିଥିଲେ । ରାଜ୍ୟ ମହିଳା କମିଟି ଗଠନ ପରେ ସେମାନେ ସମସ୍ତ ଜିଲ୍ଲା ତଥା ଗ୍ରାମପଞ୍ଚାୟତସ୍ତରୀୟ  କର୍ମକର୍ତା ମାନଙ୍କ ନିକଟକୁ ପହଞ୍ଚି ତୃଣମୂଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ଵାନ ଦେଇଥ୍‌ଲେ।

ପ୍ରମୁଖ ମୁଖ୍ୟ ଅତିଥ୍‌ ଭାବରେ ଯୋଗ ଦେଇଥିଲେ ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି ଶ୍ରୀ ପ୍ରତାପ କେଶରୀ ଦେବ କର୍ମକର୍ତା ମାନଙ୍କୁ ଆହ୍ଵାନ ଦେଇ କହିଥ୍ଵଲେ ଯେ  ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ରାଜନୀତିରେ ସକ୍ରିୟ ଭୂମିକା କୁ ସଦାସର୍ବଦା ଅଗ୍ରାଧିକାର  ଦେଇ ଆସିଛନ୍ତି । ରାଜ୍ୟ ର ସିଂହଭାଗ ଭୋଟ ପ୍ରଦାନ କରୁଥିବା ମହିଳା ଭୋଟ ଦାତା ମାନଙ୍କୁ କେବଳ ରାଜନୈତିକ ଶୋଭାଯାତ୍ରା ନୁହେଁ , ବରଂ ଲୋକପ୍ରତିନିଧି ଭାବରେ ୩୩ ଭାଗରୁ ୫୦ ଭାଗ ସ୍ଥାନ ସଂରକ୍ଷଣ ନିମନ୍ତେ ସଂସଦରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏଣୁ ସାଙ୍ଗଠନିକ କ୍ଷେତ୍ର ରେ ପ୍ରତେକ ମହିଳା କର୍ମକର୍ତା ମାନେ ତୃଣମୂଳ ସ୍ଥର କୁ ପହଞ୍ଚି ଦୃଦ୍ଧତାର ସହିତ ବିଜୁ ଜନତା ଦଳ ର ସାଙ୍ଗଠନିକ ପରିସୀମା କୁ ଆହୁରି ପରିବ୍ୟାପ୍ତ କରିବାକୁ, ଶ୍ରୀ ଦେବ ଆହ୍ଵାନ ଦେଇଥିଲେ। 

ଯୁବ ଛାତ୍ର ଛାମୁଆ ସଂଗଠନ ଭଳି ମହିଳା ମାନଙ୍କ ସାଙ୍ଗଠନିକ ପରିପକ୍ବତାକୁ ଭୂୟସୀ ପ୍ରଶଂସା କରି ମହିଳା ମାନଙ୍କ ରାଜନୈତିକ ପ୍ରତିନିଧ୍ଵତ୍ବରେ ସହଭାଗୀତା ଉପରେ ଗୁରୁତ୍ୱ ଦେଇଥିଲେ  ରାଜ୍ୟ ଯୁବ ବ୍ୟାପାର ର ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ।

କେବଳ ଗୃହ ପରିଚାଳନା ନୁହେଁ , ସମସ୍ତ ରାଜନୈତିକ ନିର୍ଦେଶକୁ ବିଜୁ ମହିଳା ଜନତା ଦଳ ର ପ୍ରତ୍ୟକ ସଦସ୍ଯ ଅତ୍ୟନ୍ତ ଦୃଢତାର ସହ ପ୍ରତିପାଦିତ କରିଛନ୍ତି , ଏବଂ ଆଗାମୀ ଦିନରେ ମଧ୍ଯ ସମସ୍ତ ନ୍ୟସ୍ତ ଦାୟିତ୍ବ କୁ ସୂଚାରୁ ରୂପେ ତୁଳାଇବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ, ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି, ବିଧାୟିକା ଶ୍ରୀମତି ପ୍ରମିଳା ମଲ୍ଲିକ୍‌ ଆସ୍ଥା ପ୍ରକଟ କରିଥିଲେ।

ଏହି ବୈଠକରେ ବିଜୁ ମହିଳା ଜନତା ଦଳ ର ସମସ୍ତ ବରିଷ୍ଠ ଉପଦେଷ୍ଟା ମଣ୍ତଳୀ, କାର୍ଯ୍ୟକାରୀ  ସଭାନେତ୍ରୀ , ବରିଷ୍ଠ ଉପସଭାନେତ୍ରୀ ମାନେ ନିଜ ର ବହୁ ମୂଲ୍ୟ ଉପଦେଶ ଦେଇଥିଲେ ।

0
0
0
s2sdefault