ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ-୨୦୨୧ ଅବସରରେ ସ୍ଥିରତା ପକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ  ଜୁଲାଇ ୧୧ ତାରିଖ  ବିଶ୍ୱ ଜନସଂଖ୍ୟା ଦିବସ-୨୦୨୧ ପାଳନ  ଅବସରରେ ଜନସଂଖ୍ୟା ସ୍ଥିରତା ପକ୍ଷର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏଡିପିଏଚଓ:(ପରିବାର କଲ୍ୟାଣ) ଡାଃ ଏମ୍ ଏସ୍ : ମୁନୀର , ଚିକିତ୍ସାଳୟର ଅଧିକ୍ଷକ ଡାଃ ପ୍ରମୋଦ କୁମାର ପଣ୍ଡା , ଡିପିଏମ: ସୌମ୍ୟାରାଣୀ ଗୌଡ଼ ଏବଂ ଡିଏମ୍ଆରସିଏଚ: ଶୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ଦିବସ ଓ ପକ୍ଷ ପାଳନର ତାତ୍ପର୍ଯ୍ୟ ଓ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହି ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ସଚେତନ କରାଇଥିଲେ । 

ଏହି ଅବସରରେ ହିତାଧିକାରୀ ମାନଙ୍କ ନିମନ୍ତେ ଜନସଂଖ୍ୟା ନିୟନ୍ତ୍ରଣର ଉପାଦେୟତା ତଥ୍ୟ ଉପରେ ବିଭିନ୍ନ ପୋଷ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା । ଏକ ଷ୍ଟଲ ଖୋଲାଯାଇ ହିତାଧିକାରୀ ମାନଙ୍କୁ ଅସ୍ଥାୟୀ ପଦ୍ଧତିରେ  ଅନ୍ତରା , ଛାୟା ବଟିକା , କପର-ଟି ପ୍ରଭୃତି ବଣ୍ଟନ କରାଯାଇଥିବା ବେଳେ ସ୍ଥାୟୀ ପଦ୍ଧତି ପାଇଁ ୨୯ ଜଣ ମହିଳାଙ୍କ ବନ୍ଧ୍ୟାକରଣ କରାଯାଇଥିଲା । 

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସିଡ଼ିଏମଓ: ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ , ବୃଦ୍ଧି ପାଉଥିବା ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଲୋକମାନଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ । ଏଥି ସହ  ଆମେ ମାନେ ଯେଉଁ ଛୁଆ ଜନ୍ମ କରୁଛୁ , ସେଥିରେ ସଂଖ୍ୟା ୨ ରେ ସୀମିତ ରଖିବା । ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ । ଛୋଟ ପରିବାର ସୁଖୀ ପରିବାରର ମହତ୍ଵ ଓ ଉପାଦେୟତା ସମ୍ପର୍କରେ କହିଥିଲେ ।

 ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଷ୍ଟାଟାଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଗୁରାଣ୍ଡି ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ  ଅଧିକାରୀ ମମତା ପାଢ଼ୀ ଓ ଆଇସିଟିସି ପରାମର୍ଶଦାତା ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault