ହେଡଲାଇନସ୍:

କିନ୍ନରମାନଙ୍କ ସସମ୍ମାନେ ବଞ୍ଚିବାର ଅଧିକାର ଅଛି - ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁହାର ପରିବାର ପକ୍ଷରୁ କିନ୍ନରଙ୍କୁ ସାହାୟତା

ଚାକିରିରୁ ବାହାର କରାଯାଇଥିବା ନେଇ ଅଭିଯୋଗ କଲେ କିନ୍ନର

ବଲାଙ୍ଗିର/ ନିରୋଜ ମିଶ୍ର :- ସମ୍ବିଧାନ କିନ୍ନରମାନଙ୍କୁ ସସମ୍ମାନେ ବଞ୍ଚିବାର ଅଧିକାର ଦେଇଛି । ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ କିନ୍ନରମାନେ ତାଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି । ସେମାନଙ୍କ ଅଧିକାର ସୁରକ୍ଷୀତ କରିବା ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଜି ବଲାଙ୍ଗିର ବିଧସାୟକ ନରସିଂହ ମିଶ୍ର ସ୍ଥାନୀୟ ସମ୍ବାଦିକ ଭବନ ଠାରେ ବାଙ୍ଗାଲୋର ର ଜୁହାର ପରିବାର ତରଫରୁ ଆୟୋଜିତ କିନ୍ନର ସହାୟତା କାର୍ଯ୍ୟକ୍ରମରେ କହିଛନ୍ତି । କୋଭିଡ ସମୟରେ ବାଙ୍ଗଲୋରର ଜୁହାର ପରିବାର ତରଫରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମହାମାରୀ ସମୟରେ କିନ୍ନରମାନେ  ନିଜର ଜିବନ ଜୀବିକା ହରାଇ ଅତି ଅସହାୟ ଅବସ୍ଥାରେ କାଳତିପାତ କରୁଛନ୍ତି । କିନ୍ନରମାନଙ୍କୁ କିଛି ସହାୟତା ଯୋଗଇଦେବା ଉଦେ୍ଧଶ୍ୟରେ ଆଜି ଜୁହାର ପରିବାର ପକ୍ଷରୁ ବଲାଙ୍ଗିର ସହରର ପ୍ରାୟ ୪୦ଜଣ କିନ୍ନରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବନ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୂଖ୍ୟ ଅତିଥି ରୂପେ ଯୋଗଦେଇ କିନ୍ନରମାନଙ୍କୁ ଖାଦ୍ୟ ପୁଡିଆ ବନ୍ଟନ କରିଥିଲେ ।

ଏହି ଅବସରରେ କିନ୍ନରମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଜଣାଇବା ସହ ବଲାଙ୍ଗିର ପୌରବିଭାଗରେ ଚାକିରି ପାଇଥିବା କିନ୍ନରମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ନେଇ ଅଭିଯୋଗ କରିଥିଲେ । ସରକାରୀ ଯୋଜନା ମୁତାବକ  ୧୦ ଜଣ କିନ୍ନରଙ୍କୁ ସଫେଇ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିଲା । କିନ୍ତୁ ସଫେଇ ଗାଡିର ଅଭାବ ଦେଖାଯାଇ ଏବେ ସମସ୍ତ ଦଶ ଜଣଙ୍କୁ ଚାକିରିରୁ ବାହର କରିଦିଆଯାଇଥିବାବେଳେ ନୂତନ ଗାଡି ଆସିଲେ ସେମାନଙ୍କୁ ପୁଣି ନିୟୋଜିତ କରାଯିବ ବୋଲି ପୌରବିଭାଗ ତରଫରୁ କୁହାଯାଇଥିବା କିନ୍ନରମାନେ ଅଭିଯୋଗ କରିଥିଲେ । ସରକାର ରାଜ୍ୟବାରସୀଙ୍କ ସମ୍ମୁଖରେ ଗୋଲାବି ଚିତ୍ର ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସରକାରଙ୍କ ନିଜସ୍ୱ ପ୍ରଣିତ ଯୋଜନାମାନଙ୍କ ଅବସ୍ଥା ଅସଲ ଚିତ୍ର ଏଭଳି ରହିଛି । ତେବେ କିନ୍ନରମାନଙ୍କ ସାମ୍ବିଧାନିକ ଅଧିକାରର ପୁର୍ତ୍ତି ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଶ୍ରୀ ମିଶ୍ର କିନ୍ନରମାନଙ୍କୁ ନର୍ଭର ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ  ଜୁହାର ପରିବାରର ସହପ୍ରତିଷ୍ଠାତା  ସତ୍ୟଜିତ ନାୟକ, ଉପସଭାପତି ପ୍ରୀୟା ନାୟକ, ସିଞ୍ଚନ ମିଶ୍ର, ଆନନ୍ଦ ମିଶ୍ର, ଆର୍ଯ୍ୟଭୀର ନାୟକ ସହିତ କିନ୍ନର ସଂଗଠନ ସଭାପତି ହିମାଂଶୁ ଯୋଷୀ ପ୍ରମୂଖ ଉପସ୍ଥିତ ଥିଲେ ।

0
0
0
s2sdefault