ହେଡଲାଇନସ୍:

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଟିଟିଲାଗଡ଼, ( ଗୌରବ ଦର୍ଜୀ ) -ଆଜି ଟିଟିଲାଗଡ ରେ  ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ଟିଟିଲାଗଡ ର ଭାଜପା କାର୍ଯ୍ୟକର୍ତ୍ତା, ଟିଟିଲାଗଡ ବ୍ଲକ ର ବିଭିନ୍ନ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ। ଜନସଂଖ୍ୟା ଦିବସ ଅବସରରେ ଆଲୋଚନା କରିଥିଲେ ଯେ,   ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଆଜି ଭାରତରେ, ବେକାରୀ, ଗରିବୀ, କୁପୋଷଣ, ଅନାହାର ବୃଦ୍ଧିପାଇଛି । ଜନସଂଖ୍ୟା ବିସ୍ଫୋରଣ ରୁ ରକ୍ଷା ପାଇବାକୁ ହେଲେ ଜାତି ଧର୍ମ,ଭାଷା ଓ ଆଞ୍ଚଳିକତା ରୁ ଉର୍ଦ୍ଧ କୁ ଉଠି ସବୁ ନାଗରିକ ମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ ବାଧ୍ୟତା ମୂଳକ କରିବାକୁ ପଡିବ । ଏଥିପାଇଁ ବ୍ୟାପକ ଜନସଚେତନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ରହିବା ଜରୁରୀ । କେନ୍ଦ୍ର ସରକାର ଓ ରାଜ୍ୟ  ସରକାର ଉଭୟଙ୍କୁ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସଂସଦ ଓ ବିଧାନସଭାରେ ପାରିତ କରିବା ପାଇଁ ଚାପ ସୃଷ୍ଟି କରିବାକୁ ହେଲେ ଦେଶର ୧୩୮ କୋଟି ଲୋକ ଜାତି, ଧର୍ମ, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ବ୍ୟାପକ ଜନ ଆନ୍ଦୋଳନ କରିବା କୁ ପଡ଼ିବ । ଜନ ବିସ୍ଫୋରଣ ହେଲେ ଆଗାମୀଦିନରେ ଭାରତରେ କୃଷିକ୍ଷେତ୍ର, ଶିଳ୍ପାୟନ, ଗୃହନିର୍ମାଣ, ମୁକ୍ତ ବାୟୁ,ଓ ପାନୀୟ ଜଳର ବ୍ୟାପକ ଅଭାବ ଦେଖାଦେବ। ବେକାରୀ ସମସ୍ୟା ଏତେ ବଢିଯିବ ଯେ ଯେକୌଣସି ସରକାର ପରିସ୍ଥିତିକୁ ଆୟତ୍ତ କରି ପାରିବ ନାହିଁ  । ଏଥିଯୋଗୁଁ  ଦେଶରେ ଭୟଙ୍କର ଗୃହ ଯୁଦ୍ଧ ହେବା ସମ୍ଭାବନା ରହିଛି  । ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରା ନ ଗଲେ ଆସନ୍ତା ୨୦୫୦ ମସିହା ବେଳକୁ ଦେଶରେ ଜନସଂଖ୍ୟା ୨୪୦ କୋଟିକୁ ଟପିବ ।ସେତେବେଳେ ପରିସ୍ଥିତି ସମ୍ପୂର୍ଣ ଅଣାୟତ  ହେଇପାରେ ।  ବଲାଙ୍ଗୀର ଜିଲ୍ଲା ସଭାପତି  ଆଲୋକ ନାୟକ କହିଥିଲେ ଯେ  ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି କୁରୁକ୍ଷେତ୍ରରେ ଧର୍ମ ଯୁଦ୍ଧ ସଦୃଶ । ଧର୍ମ ଯୁଦ୍ଧରେ କୌରବ ରୂପୀ ଜନସଂଖ୍ୟା  ସମସ୍ୟା ଆମଦେଶରୁ ସମାପ୍ତ ହେବ ,  ଜନସଂଖ୍ୟା ନିୟନ୍ତ୍ରଣ ହେଲେ ଆମର ପିଲା ମାନେ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସୁବିଧା ପାଇପାରିବେ । ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ସମେତ ବେରୋଜଗାର ସମସ୍ୟାରୁ ଦେଶ ଉଦ୍ଧାର ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଆଜି ର ଏହି ସଭା ରେ କୁର୍ଲୁଭଟା ର ଅଙ୍ଗନୱାଡ଼ି କର୍ମୀ ଉର୍ବଶୀ ଠେଲା, ଡଙ୍ଗର ପଡ଼ା ର ଅଙ୍ଗନୱାଡ଼ି କର୍ମୀ ରଞ୍ଜିତ ପାତ୍ର, ଗନ୍ଧର୍କେଲ  ର ଅଙ୍ଗନୱାଡ଼ି କର୍ମୀ ରାଜକୁମାରୀ ମହାନନ୍ଦ, ବୁର୍ଡିପଡ଼ା ର ଅଙ୍ଗନୱାଡ଼ି କର୍ମୀ ନୁରବତି ସାହୁ, ବିଜେପୁର ର ଅଙ୍ଗନୱାଡ଼ି କର୍ମୀ ତଥା ଟିଟିଲାଗଡ ବ୍ଲକ ଏସଏଚଜି ସଂଘ ସମ୍ପାଦକ ଆରାଧନା ମିଶ୍ର, ଗୋଖୁରୁଙ୍ଗ ର ଅଙ୍ଗନୱାଡ଼ି କର୍ମୀ ଜାହ୍ନବୀ ରଣା, ଘୁଡ଼ାର ର ଅଙ୍ଗନୱାଡ଼ି କର୍ମୀ ଶୁଭାଗିନି ତାଣ୍ଡି, ସେର୍କୋ ର ଅଙ୍ଗନୱାଡ଼ି କର୍ମୀ ତଥା ଟିଟିଲାଗଡ ବ୍ଲକ ଅଙ୍ଗନୱାଡ଼ି ସଂଗଠନ ସମ୍ପାଦିକା ଲକ୍ଷ୍ମନୀ ବାଗ, ନାରେନ୍ ର ଅଙ୍ଗନୱାଡ଼ି କର୍ମୀ ତଥା ଅଙ୍ଗନୱାଡି ସଂଗଠନ ର ଜିଲ୍ଲା ସମ୍ପାଦିକା ବିନୋଦିନୀ ପଟେଲ , ପ୍ରଶାନ୍ତ ଷଡ଼ଙ୍ଗୀ, ଆଲୋକ ନାୟକ, ଅଶୋକ ମିଶ୍ର, ସୁନ୍ଦର୍ ଲାଲ ଶର୍ମା, କୁନା ଭାଟି, ରଶ୍ମି ରଞ୍ଜନ ଖମାରୀ, ବି ରାଜୁ ରାଓ,ଅଭିମନ୍ୟୁ ଛତର ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault