ହେଡଲାଇନସ୍:

ଶ୍ରୀଜିଉମାନଙ୍କ ଅପେକ୍ଷାରେ ତିନି ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ: ରାତି ପାହିଲେ ବିଶ୍ଵ ନିୟନ୍ତାଙ୍କ ରଥଯାତ୍ରା । ସେଥିପାଇଁ ରଥ ପଥ ସମସ୍ତେ ପ୍ରସ୍ତୁତ।  କେଇ ଘଣ୍ଟା ପରେ ଝୁଲି ଝୁଲି, ଟାହିଆ ହଲାଇ ରତ୍ନ ସିଂହାସନ ଛାଡି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ ।

ପରମ୍ପରା ଅନୁଯାଇ ରବିବାର ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ କରାଯାଇଥିଲା। ତିନି ଠାକୁରଙ୍କ ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞା ମାଳ ବିଜେ କରାଇବା ପରେ ତିନି ରଥକୁ ଦକ୍ଷିଣ ମୋଡ କରାଯାଇଥିଲା । ଘଣ୍ଟ ଶବ୍ଦରେ ଗୁଂଜରି ଉଠିଲା ରଜାନଅର ଠାରୁ ସିଂହଦ୍ଵାର ବଡ଼ଦାଣ୍ଡ । ପ୍ରଥମେ ବଡଠାକୁରଙ୍କ ତାଳଧ୍ଵଜ, ପରେ ପରେ ଭଉଣି ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସିଂହଦ୍ଵାର ସମ୍ମୁଖ ନିଆଯାଇଛି । 

ସେପଟେ ରଥଉପରକୁ ଦର୍ଶନ ପାଇଁ ନିମନ୍ତ୍ରଣ ପତ୍ର ନେଇ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କ୍ରିଷନ କୁମାର । ଶଙ୍କରାଚାର୍ଯ୍ୟ ମଧ୍ୟ ନିଜର ୬ଜଣ ଶିଶ୍ୟଙ୍କ ସହ ଆସିବେ ବୋଲି ସହମତି ପ୍ରଦାନ କରିଥିବା ଜଣାପଡିଛି । 

ଚଳିତଥର ବିନା ଭକ୍ତରେ ରଥଯାତ୍ରାକୁ କରାଯାଉଛି । ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୃଙ୍ଖଳିତ ରଥଯାତ୍ରା ପାଇଁ ସହରରେ ୬୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ ଯାଏଁ ସହରରେ କର୍ଫ୍ୟୁ ଜାରି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା

0
0
0
s2sdefault