ହେଡଲାଇନସ୍:

ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକ ଓ କନ୍ଧମାଳ ଗଣମାଧ୍ୟମ ସଙ୍ଘର ମିଳିତ ଆନୁକୂଲ୍ୟରେ ଵୃକ୍ଷ ରୋପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ବୃକ୍ଷ ହିଁ ଜୀବନ I ବୃକ୍ଷ ରୋପଣ କରି ଏହି ସଚେତନତାର ବାର୍ତ୍ତା ଦେଇଛନ୍ତି ଘୁ.ଉଦୟଗିରିର କାର୍ଯ୍ୟରତ ସାମ୍ବାଦିକ I କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା କଳିଙ୍ଗ ମହାବିଦ୍ୟାଳୟ ସମେତ ବିଭିନ୍ନ ଅଞ୍ଚଳରେ ଆଜି ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକ ଓ କନ୍ଧମାଳ ଗଣମାଧ୍ୟମ ସଙ୍ଘର ମିଳିତ ଆନୁକୂଲ୍ୟରେ ଵୃକ୍ଷ ରୋପଣ କରାଯାଇଛି I ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଏବଂ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ପ୍ରଥମେ ଵୃକ୍ଷ ରୋପଣ କରି ଥିଲେ I ଆଜି କଳିଙ୍ଗ ମହାବିଦ୍ୟାଳୟ ପରିସରରେ ୩୦ଟି ବୃକ୍ଷ ରୋପଣ କରାଯାଇଛି I ବର୍ତ୍ତମାନ ଯେଉଁ ଭଳି କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରିଛି ବଂଚିବା ବହୁ କଷ୍ଟ ସାଧ୍ୟ ବ୍ୟାପାର ହୋଇ ପଡିଛି I ଲୋକଙ୍କୁ ବଂଚିବା ନିମନ୍ତେ ଅମ୍ଳଜାନ ନିହାତି ଆବଶ୍ୟକ ତେଣୁ ଅଧିକରୁ ଅଧିକ ବୃକ୍ଷ ରୋପଣ ଏହାର ଏକମାତ୍ର ବିକଳ୍ପ I ବୃକ୍ଷ ହିଁ ଜୀବନ କହିଲେ ଅତ୍ୟୁକ୍ତି ହେବନି I ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ମିଳିମିଶି ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଏହାର ଉଚିତ ଦାୟିତ୍ୱ ନେବା ବୋଲି ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀ ସଂକଳ୍ପ ନେଲେ I ତଥା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ ଏବଂ ଏହାର ଉପକାରିତା ବିଷୟରେ ଅବଗତ କରାଇବେ ବୋଲି ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର କହିଛନ୍ତି I ଏହି ମହାନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ପତିତପାବନ ସାହୁ, ପ୍ରସନ୍ନ କୁମାର ମିଶ୍ର, ଗଗନ କୁମାର ପ୍ରଧାନ, ଅନିଲ କୁମାର ଦଳବେହେରା, ତପସ୍ୱିନୀ ମଲ୍ଲିକ ଏବଂ ଲିଲିମା ରାଓ ପ୍ରମୁଖ ଉପସ୍ଥିତ ଥିଲେ I ଵୃକ୍ଷ ହିଁ ଜୀବନ ବର୍ତ୍ତମାନର ପରିସ୍ଥିତିରେ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ତେଣୁ ଆମେ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ସିଦ୍ଧାନ୍ତ ନେବା ଏବଂ ମାନବ ସମାଜକୁ ସୁରକ୍ଷିତ ରଖିବା ବୋଲି କନ୍ଧମାଳ ଗଣମାଧ୍ୟମ ସଂଘର ଉପସଭାପତି ଗଗନ କୁମାର ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଥିଲେ I

0
0
0
s2sdefault