ହେଡଲାଇନସ୍:

ଯୁବ ସମାଜ ସେବୀଙ୍କ ଉଦ୍ୟମରେ କଟକକୁ ସ୍ଥାନାନ୍ତରିତ ହେଲେ କର୍କଟ ରୋଗୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର (ଶାସକ ପ୍ରଶାସକ) : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁ ର ଜଣେ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥିଲେ |  ଉକ୍ତ ରୋଗୀର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରୁ ଡାକ୍ତର କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ପଠାଇବା ପରାମର୍ଶ ଦେଇଥିଲେ | କିନ୍ତୁ ତାଙ୍କ ଆର୍ଥିକ ସମ୍ବଳ କଟକ ଯିବା ପାଇଁ ନଥିଲା ତେଣୁ ରୋଗୀକୁ ଘରକୁ ଆଣି ଆସିଥିଲେ କିନ୍ତୁ ପରେ ତାଙ୍କ ଅବସ୍ଥା ପୁଣି ବିଗିଡିବାରୁ କଟକ ଯିବାକୁ ସକ୍ଷମ ନଥିଲେ | ଏହା ଜାଣିବାକୁ ପାଇ ସ୍ଥାନୀୟ ୧୦୮ କର୍ମଚାରୀ ଅଜିତ ଦାଶ ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ହାତୀପାଲି ଗାଁ ର ସ୍ବେଚ୍ଛାସେବୀ ରାକେଶ କୁମାର ହାତୀଙ୍କୁ  ଫୋନ ଯୋଗେ ଜଣାଇଲେ |  ସେ ଘଟଣାର ସମସ୍ତ ତଥ୍ୟ ଅନୁଧ୍ୟାନ କରି ସାଙ୍ଗେ ସାଙ୍ଗେ ଟୁଇଟ କରି ଜିଲାପାଳ ସୁଵର୍ଣ୍ଣପୁର ତଥା ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ଏବଂ ପରେ ଫୋନ ଯୋଗେ ଅତାବିରା ବିଧାୟିକା ତଥା ରାଜ୍ୟ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ଉକ୍ତ ବିଷୟରେ ଅବଗତ କରାଇବା ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କଲେ | ତାଙ୍କର ଚିକିତ୍ସା ନିମନ୍ତେ ବିଭାଗୀୟ ଡାକ୍ତର ଙ୍କ ସହିତ ମଧ୍ୟ ଯୋଗାଯୋଗ କରିଛନ୍ତି | ରାକେଶ ଙ୍କ ଏହି ମହତ କାମକୁ ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି ll

0
0
0
s2sdefault