ହେଡଲାଇନସ୍:

ନୀରବତା ଭାଙ୍ଗି ମାଓବାଦୀ ସକ୍ରିୟ : ପୋଲିସ-ମାଓ ଗୁଳି ବିନିମୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ: କିଛି ଦିନର ନିରବତା ପରେ ପୁଣି ମୁଣ୍ଡ ଟେକିଲେଣି ମାଓବାଦୀ |ସଂଘବଦ୍ଧ ହୋଇ ପୁଣି ସେମାନଙ୍କ ଗତିବିଧି ସକ୍ରିୟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଆଣି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ବେଳେ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି |  

ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ମାଓ-ପୋଲିସ ମୁହାଁମୁହିଁ ହୋଇଥିବା ବେଳେ  ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ପୋଲିସ ପକ୍ଷରୀ କୁମ୍ବି ଅପରେସନ୍ ଚାଲିଥିବା ବେଳେ  ପୂରା ଅଞ୍ଚଳକୁ ସିଲ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି  ପୋଲିସ । କୋରାପୁଟ ଗସ୍ତରେ ଯାଇଥିବା ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶ, ଆଇଜି ଅପରେସନ ଗସ୍ତ ବାତିଲ କରି ଘଟଣାସ୍ଥଳରେ  ପହଂଚିଥିଲେ | ଗୁଳି ବିନିମୟରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରଂତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି | ସେମାନଙ୍କ ଅବସ୍ଥା ସ୍ୱାଭାବିକ ଅଛି | 

0
0
0
s2sdefault