ହେଡଲାଇନସ୍:

ବଲାଙ୍ଗିର ସାଂସଦ ଙ୍କ ଦ୍ୱାରା ଯାଦବ ଭବନଠାରେ ଭିତ୍ତିପ୍ରସ୍ଥର ସାପନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଯାଦବ ଭବନଠାରେ  ଲୋକସଭା ସଦସ୍ୟା ସଂଗୀତା କୁମାରୀ ସିଂହଦେଓଙ୍କ କର କମଲରେ ବଲାଙ୍ଗିର ଯାଦବ ଭବନର ପ୍ରଥମ ମହଲା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ଯାଦବ ଭବନ ଅନେକ ସାମାଜିକ ଓ ଜନ ହିତକାରୀ କାର୍ଯ୍ୟପାଇଁ ରିହାତି ମୂଲ୍ୟରେ ବ୍ୟବହାର ହୋଇ ଆସୁଅଛି । ଲୋକସଭା ସାଂସଦ ତାଙ୍କର ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଯାଦବ ଭବନକୁ ଅଧିକ ଉନ୍ନତି ପାଇଁ ପ୍ରଥମ ମହଲାର ଅନୁଦାନ ଯୋଗାଇ ଦେଇଛନ୍ତି । ଆଗକୁ ମଧ୍ୟ ଯାଦବ ସମାଜ ଏକ ସଂଖ୍ୟାବହୁଳ, ଜନସଂଖ୍ୟା ଅଧିକ ଥିବାରୁ ଆଗକୁ ମଧ୍ୟ ଯାଦବ ଭବନର ସଂପ୍ରାସାରଣ ନିମନ୍ତେ ତାଙ୍କର ସାଂସଦ ପାଣ୍ଠୀରୁ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତିଶୃତୀ ଦେଇଛନ୍ତି । ଏହି ଅବସରରେ ଯାଦବ ସମାଜ ପକ୍ଷରୁ ସାଂସଦଙ୍କ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପୌରାଞ୍ଚଳ ଯାଦବ ସମାଜର ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ସଭାକୁ ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତୀ ସଭା ପରିଚାଲନା କରିଥିବା ବେଳେ ବିରେନ୍ଦ୍ର ବନଛୋର ବିବରଣୀ ପାଠ କରିଥିଲେ । ପୌରାଞ୍ଚଳ ସମ୍ପାଦକ ଅରକ୍ଷିତ  ଜୁଏଡ, ବସୁଦେବ ନାଗ, କୃଷ୍ଣଚନ୍ଦ୍ର ବଗର୍ତ୍ତୀ,  ବିନୋଦ କାଲସାଏ, ଅଷ୍ଟମୀ ବଗର୍ତ୍ତୀ, ଦୁତି ବାହାନ ଚନ୍ଦନ, ହୃଷିକେଶ ବନଛୋର , ସତ୍ୟ ନାରାୟଣ ବାଗ, ଖରଦ ମଳ ରାଉତ, ସନ୍ତୋଷ ବଗର୍ତ୍ତୀ, ଜୟଦେବ ଜାଲ, ସଂଜିବ ବାଗ, ପ୍ରଦୀପ ସେଲମା, ଦୟାସାଗର ବଗର୍ତ୍ତୀ, ଖାସି ଦିପ, ଆକୁଲ ବର୍ଗତ୍ତୀ ଓ ଜିତୁ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରସାନ୍ତ ମହାକୁର । 

 

0
0
0
s2sdefault