ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ  ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ  ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏହାରି ପ୍ରତିବାଦରେ ଶୁକ୍ରବାର ଦିନ ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ମୋହନା ବ୍ଲକ ଘେରାଉ କରାଯାଇଛି । 

ମୋହନା ବ୍ଲକ ବିଜେପି ସଭାପତି ସତ୍ୟନାରାୟଣ ଦଣ୍ଡସେନାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଉପସଭାପତି ଭୁଗୁ ବକ୍ସିପାତ୍ର , ଜିଲ୍ଲା ପରିଷଦ ସଭାପତି ଅନୀତା ରାଣୀ ବେହେରା , ଜିଲ୍ଲା ଉପସଭାପତି ଦିବାକର ପ୍ରଧାନୀ , ଉମାକାନ୍ତ ବେହେରା , ଚନ୍ଦ୍ରଗିରି ମଣ୍ଡଳ ସଭାପତି ରାଜନୀକାନ୍ତ ପ୍ରଧାନୀ , ମୋହନା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକ , ମୋହନା ମଣ୍ଡଳ କୋଷାଧ୍ୟକ୍ଷ ସୁଦର୍ଶନ ପାଇକ , ଓବିସି ସେଲ ସଭାପତି ଅଜୟ ପାଇକ ପ୍ରମୁଖଙ୍କ ସମେତ ବିଜେପି କୃଷକ ମୋର୍ଚ୍ଚା , ମହିଳା ମୋର୍ଚ୍ଚା କର୍ମୀମାନେ ଆସି ବ୍ଲକ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । 

ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ସେହି ଆବାସ ବଣ୍ଟନରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟର ନବୀନ ବିଜେଡି ସରକାର ଦଳୀୟ ଭିତ୍ତିରେ ଏହି ଆବଣ୍ଟନ କରି ମହା ଦୁର୍ନୀତି କରିଛନ୍ତି । ବହୁ ଗରିବ ଲୋକ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ମାନଙ୍କୁ ଦଣ୍ଡ ଦିଆଯିବା ସହ ଯୋଗ୍ୟ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ବୋଲି କର୍ମୀମାନେ ଦାବି କରିଥିଲେ ।  ପରେ ବିଡ଼ିଓ ସାର୍ଥକ ସୌରଭ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ମୋହନା ବ୍ଳକକୁ ପ୍ରଧାନମନ୍ତ୍ରୀ ଆବାସ ଆସିଥିବା ଓ ବଣ୍ଟନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ପ୍ରତିବାଦ ସଭାରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

 

0
0
0
s2sdefault