ହେଡଲାଇନସ୍:

ନୂତନ ଉପଜିଲ୍ଲାପାଳଙ୍କ ଦିନିକିଆ ମୋହନା ଗସ୍ଥ : ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୂତନ ଭାବେ ଉପଜିଲ୍ଲାପାଳ ପଦବୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ମୋହନା ବ୍ଲକ ଗ୍ରସ୍ତରେ ଆସିଥିଲେ ଶେଷଦେବ ମିଶ୍ର । ସେ ପୂର୍ବରୁ ଜିଲ୍ଲାରେ ପ୍ରକଳ୍ପ ପ୍ରଶାସକ ତାପରେ ସହକାରୀ ଜିଲ୍ଲାପାଳ ଭାବେ ବେଶ କୃତିତ୍ୱର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ବର୍ତ୍ତମାନ ସେ ଉପଜିଲ୍ଲାପାଳ ଭାବେ ପଦବୀ ପାଇବା ପରେ ଗୋଷାଣୀ ବ୍ଲକ ଓ ରାୟଗଡ଼ ବ୍ଲକ ପରିଦର୍ଶନ କରିଥିଲେ। ଗୁରୁବାର ଦିନ ମୋହନା ବ୍ଳକକୁ ଆସି ପ୍ରଥମେ ଶିଶୁ ବିକାଶ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ ସମସ୍ୟା ବିଷୟରେ ଅବଗତ ହେବା ସହ ସିଡିପିଓ ଲଳିତା ମଲ୍ଲିକଙ୍କ ସହିତ କେନ୍ଦ୍ର ଗୁଡ଼ିକ ଉପରେ ଧ୍ଯାନ ଦେବା ଏବଂ ଶିଶୁ ମାନଙ୍କୁ ବିଭିନ୍ନ ଖୋଳନା , ସାମଗ୍ରୀ ଉପରେ ପାଠ୍ୟ ଦାନ କରିବା ପାଇଁ  ପରାମର୍ଶ ଦେଇଥିଲେ। ତାପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ସାର୍ଥକ ସୌରଭ ମହାପାତ୍ରଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିବା ପରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । 

ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡାଙ୍କ ସହ କୋଭିଡ୍ ଟୀକାକୁ ପଞ୍ଚାୟତ ସ୍ତରରେ ବ୍ୟାପକ ଭାବେ ଟୀକାକରଣ କରିବା , ଜନସାଧାରଣଙ୍କ ସମସ୍ୟା ପ୍ରତି ଧ୍ଯାନଦେବା ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସବୁଜ ସୁନ୍ଦର କରିବା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ମଧ୍ୟ ସମସ୍ତ ସମୀକ୍ଷା ବୈଠକରେ ଉପସ୍ଥିତ ରହିବା ସହ ସମସ୍ତ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

 

0
0
0
s2sdefault