ହେଡଲାଇନସ୍:

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର  ଗଞ୍ଜାମ ବିଭାଗ ସହ-ପ୍ରଚାର ପ୍ରମୁଖ ମୁନୀନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ମାନେ  ଦେଶର ମେରୁଦଣ୍ଡ ଅଟନ୍ତି । ନିଜକୁ ଜଣେ ସୁନାଗରିକ ଭାବେ ଗଢିତୋଳିବା ସହ ଏକ  ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ପ୍ରମୁଖ ଦାୟିତ୍ୱ ଓ ଭୂମିକା ରହିଛି ବୋଲି ଶ୍ରୀ  ଶବର କହିଥିଲେ । 

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୯୪୯ ମସିହା ଜୁଲାଇ ମାସ ୯ତାରିଖରେ ଗଠନ କରାଯାଇଥିଲା ।  ବିଦ୍ୟାର୍ଥୀ ମାନେ ସୁନାଗରିକ ହେବାସହ ରାଷ୍ଟ୍ରକୁ ସମଗ୍ର ବିଶ୍ୱରେ ପରମବୈଭବଶାଳୀ କରିବା ନିମନ୍ତେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିବେ ଏହାର ମୁଖ୍ୟ ଉଦ୍ଧେଶ୍ୟ ଅଟେ । 

ଦେଶର ଅନେକ ଛାତ୍ର ସଂଙ୍ଗଠନ କାର୍ଯ୍ୟ କରୁଛନ୍ତି । ସେଗୁଡିକର କାର୍ଯ୍ୟପନ୍ଥା ଓ ନିଷ୍ପତି ଗ୍ରହଣ କରିବାର ଦାୟିତ୍ୱ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପରେ ନିର୍ଭର କରିଥାଏ । କିନ୍ତୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏପରି ଏକ ଛାତ୍ର ସଂଗଠନ ଯାହାର କାର୍ଯ୍ୟପନ୍ଥା ଓ  ନିଷ୍ପତି ନେବାର ଦାୟିତ୍ୱ  ସମ୍ପୂର୍ଣ୍ଣ ଭାବେ ଦେଶର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଶିକ୍ଷା ପରିବାର ଉପରେ ନ୍ୟସ୍ଥ ରହିଛି ବୋଲି କହିଥିଲେ । 

ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଶିକ୍ଷା ସମେତ ଅନ୍ୟାନ୍ୟ ରଷ୍ଟ୍ରୀୟ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ବହୁମାତ୍ରାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ । 

ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସହସମ୍ପାଦକ ତଥା ଆଦିବାସୀ ଛାତ୍ର ପ୍ରମୁଖ ସମୀର ମଣ୍ଡଳ, କାହ୍ନା ମହାପାତ୍ର , ଛାତ୍ରୀ ପ୍ରମୁଖ ସୁଦେଷ୍ଣା ମହାରାଣା , ପାଠଶାଳା ପ୍ରମୁଖ ଆକାଂକ୍ଷା ଖଡଗରାୟ ଓ ଉପଦେଷ୍ଠା ଲୋକନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯାଇଥିଲା ।

0
0
0
s2sdefault