ହେଡଲାଇନସ୍:

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଲେ ସୋମନାଥ ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ:  ଆଜି ରାୟଗଡରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନ, ଓ. ପ୍ର. ସେ(ଏସ ) କାର୍ଯ୍ୟରେ ଯୋଗ ଦେଇଛନ୍ତି l ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡାଙ୍କ ପଦନ୍ୱତୀ ପାଇ ରାଜସ୍ବ ବିଭାଗକୁ ବଦଳି ହୋଇ ଗତକାଲି ତା ୩୦/୦୬/୨୦୨୧ ରିଖରୁ ରିଲିଭ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଉକ୍ତ ଦାୟିତ୍ୱରେ ଥିଲେ l ଆଜି ଅତିରିକ୍ତି ଜିଲ୍ଲାପାଳ ଶ୍ରୀ ପ୍ରଧାନ  ପିଡି, ଡ଼ିଆରଡ଼ିଏ ଶ୍ରୀ ନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହାପୂର୍ବରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ସୁଚାରୁ ରୂପେ ନିଜ କାର୍ଯ୍ୟ ତୁଲାଉଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ଯୋଗଦାନ ପରେ ବରିଷ୍ଠ ଅଧିକାରୀ ଯଥା ପିଡି, ଡ଼ିଆରଡ଼ିଏ, ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ତହସିଲଦାର,ସମସ୍ତ ସେକ୍ସନ ଅଧିକାରୀ, କାର୍ଯ୍ୟାଳୟର କର୍ମଚାରୀ ସ୍ୱାଗତ କରିଥିଲେ l

0
0
0
s2sdefault