ହେଡଲାଇନସ୍:

ଝାରବନ୍ଧ ତହସିଲଦାରଙ୍କ ଘନ ଘନ ଚଢ଼ାଉ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଆଇନ ଗାଡିମାନଙ୍କରୁ ହଜାର ହଜାର ଟଙ୍କା ଜରିମାନା ଆଦାୟ।

ଝାରବନ୍ଧ-ମନୋହରଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦରହା, ଡ଼ଭା, ବଡ଼କନଜାରି ଆଦି ସ୍ଥାନ ମାନଙ୍କରେ ବେଆଇନ ଭାବେ ବାଲି ଚିପସ ମେଟାଲ ଟ୍ରାକ୍ଟର ଯୋଗେ ଚୋରା କାରବାର କରୁଥିବା ଟ୍ରାକ୍ଟର ମାନଙ୍କରୁ ତହସିଲ ପକ୍ଷରୁ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ ଲଉଡ଼ିଦରହା ଗ୍ରାମ ପାଖରେ ଏକ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ ବେଳେ ଖବର ପାଇ ତହସିଲଦାର ସୀମା ସବିତା କୁଲୁ ରାଜସ୍ୱ ସୁପରଭାଇଜର ନବୀନ ରାଉତ ଏବଂ ଆର.ଆଇ ଧନଞ୍ଜୟ ଭୋଇ ଟ୍ରାକ୍ଟର ମାଲିକ ଶୋଭାରାମ ସାହୁ ଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ମାତ୍ର ୩ ମାସ ବ୍ୟବଧାନ ରେ ଚୋରା ବାଲି ଚାଲାଣ କାରୀ ଙ୍କ ଠାରୁ ୪ଲକ୍ଷ ଟଙ୍କା ରୁ କିଛି ଉର୍ଦ୍ଧ୍ଵ ଆଦାୟ ହୋଇ ଆଛି ବୋଲି ତହସିଲଦାର ଶ୍ରୀମତୀ କୁଲୁ କହିଛନ୍ତି।ଏ ନେଇ ସ୍ଥାନୀୟ ଅଞ୍ଚଳରେ ତହସିଲଦାର କୁଲୁ  ଙ୍କ ସହ ସମସ୍ତ ତହସିଲ କର୍ମଚାରୀ ଙ୍କୁ ପ୍ରଶଂସା କରାଯାଇଛି।

0
0
0
s2sdefault