ହେଡଲାଇନସ୍:

ପୂରେନା ହାଇସ୍କୁଲରେ ବନମହୋତ୍ସବ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର- ଦିନକୁ ଦିନ ଯାନବାହନ ତଥା କଳକାରଖାନା ବଢିବାରେ ଲାଗିଛି । ଯାନବାହନ ଓ କଳକାରଖାନା ରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ ଦ୍ୱାରା ପରିବେଶ ଦୂଷିତ ହେବାରେ ଲାଗିଛି ।  ଜୁଲାଇ ପ୍ରଥମ ସପ୍ତାହ କୁ ଆମେ ବନମହୋତ୍ସବ ସପ୍ତାହ ଭାବରେ ପାଳନ କରୁଛୁ ।ବୄକ୍ଷ ରୋପଣ କରି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛୁ । ସେହି କ୍ରମରେ ଆଜି ପଦ୍ମପୁର ଉପଖଣ୍ଡ ପୂରେନା ପଞ୍ଚାୟତ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରମୋଦ ନାଥ,ସୁରେନ୍ଦ୍ର ସାହୁ, ଲେଖ୍ରୁ ବାରିକ, ପୀତବାସ ପଟେଲ, ଚନ୍ଦ୍ରଭାନୁ ବଡ଼ଗୁଛ୍ଛିଆ,ନନ୍ଦିନୀ ମିଶ୍ର, ସୁରେଶ ପଟେଲ ଓ ସ୍କୁଲ ପରିଚାଳନା କମିଟିର ଜୟଲାଲ ଗୁରୁ ଉପସ୍ଥିତ ରହି ବୄକ୍ଷ ରୋପଣ କରିଥିଲେ । ସର୍ବମୋଟ ୩୦ ଗୋଟି ଚାରା ରୋପଣ କରାଯାଇଥିଲା ।

0
0
0
s2sdefault