ହେଡଲାଇନସ୍:

ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ଆଇନଜୀବୀ ତଥା ବିଦ୍ୟାଳୟର ପୃଷ୍ଠପୋଶକ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ବର୍ତ୍ତମାନ ବୈଶ୍ୱିକ ପର୍ଯ୍ୟାବରଣ ପରିପ୍ରେକ୍ଷୀରେ ପିଲାମାନେ ଛାତ୍ରଛାତ୍ରୀ ସମୟରୁ ବୃକ୍ଷ ରୋପଣ କରିବା ଗୁରୁତ୍ୱ ଉପରେ ମତପ୍ରକାଶ କରିଥିଲେ । ସେହିପରି ସବୁ ଦିଗରୁ ପ୍ରଚେଷ୍ଟା ହେଲେ ଆମ ସହର ତଥା ଜିଲ୍ଲା ମଧ୍ୟ ଅତି କମ ସମୟରେ ସବୁଜମୟ ହୋଇ ପାରିବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିବା ସହ ଏଥିପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରିବାକୁ ସମସ୍ତଙ୍କୁ ଅହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ବନସଂରକ୍ଷକ ବାବାଜୀ ଚରଣ ରାଉଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣୀଗ୍ରାହୀ, ବିଧାୟକ ପ୍ରତିନିଧି ପ୍ରକ୍ତନ ଶିକ୍ଷକ ବାମଦେବ ମିଶ୍ର ଓ ଅବସର ପ୍ରାପ୍ତ ହିନ୍ଦି ଶିକ୍ଷକ ବୃକ୍ଷ ରୋପଣ କରିବା ସହ ଏ ଉପରେ ନିଜସ୍ୱ ମତ ପ୍ରକାଶ କରିଥିଲେ । ଟାଉନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶୀକ୍ଷୟିତ୍ରୀ କୁମୁଦିନି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault